Latest Odisha News

ନୋବେଲ ବିଜେତା ନର୍ଗିସଙ୍କ ‘ହଙ୍ଗର ଷ୍ଟ୍ରାଇକ୍’: ପୁରସ୍କାର ଗ୍ରହଣକଲେ ପୁଅଝିଅ 

ତେହରାନ: ନୋବେଲ ଶାନ୍ତି ବିଜେତା ନର୍ଗିସ ମହମ୍ମଦିଙ୍କ ଅନଶନ। ଇରାନର କାରାଗାରରେ ବନ୍ଦୀ ଥିବା ମହମ୍ମଦି ଆଜିଠାରୁ ଅନଶନ ଘୋଷଣା କରିଛନ୍ତି । ଓସଲୋରେ ନୋବେଲ ପୁରସ୍କାର ପ୍ରଦାନ ଉତ୍ସବ କାର୍ଯ୍ୟକ୍ରମ ଥିବାବେଳେ ସେ ଯୋଗ ଦେଇନାହାନ୍ତି ।ନର୍ଗିସଙ୍କ ତରଫରୁ ତାଙ୍କ ପୁଅ ଅଲ୍ଲୀ ରହମାନି ଓ ଝିଅ କିଆନା ପୁରସ୍କାର ଗ୍ରହଣ କରିଛନ୍ତି।

ଇରାନରେ ହିଜାବ ଓ ମୃତ୍ୟୁଦଣ୍ଡାଦେଶ ବିରୋଧରେ ସଂଗ୍ରାମ କରି ଶାସକଙ୍କ ରୋଷର ଶିକାର ହୋଇ ବନ୍ଦୀ ରହିଛନ୍ତି ମହମ୍ମଦି । ଇରାନରେ ବାହାଇ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଇଆସୁଛି ଏବଂ ବିଭିନ୍ନ ସ୍ଥାନରେ ଏହି ଧର୍ମାବଲମ୍ବୀଙ୍କ ବିରୋଧରେ ପାତରଅନ୍ତର ନୀତି ପ୍ରଦର୍ଶନ କରାଯାଉଛି । ତାଙ୍କ ମୁହଁକୁ ନ ଘୋଡାଇ ଜେଲରୁ ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବା ଦାବିରେ ସେ ଗତ ନଭେମ୍ବରରୁ ଅନଶନ କରିଆସୁଥିଲେ ।

ଇରାନରେ ମହିଳାଙ୍କ ସାର୍ବଭୌମତ୍ବ, ସୁରକ୍ଷା ଦାବି ସହ ସେମାନଙ୍କ ଉପରେ ହେଉଥିବା ନିର୍ଯାତନା ବିରୋଧରେ ଦୀର୍ଘଦିନ ଧରି ସଂଗ୍ରାମ କରିଆସୁଛନ୍ତି  ମହମ୍ମଦି। ତାଙ୍କୁ ଗତ ଅକ୍ଟୋବରରେ ନୋବେଲ ଶାନ୍ତି ପୁରସ୍କାର ଦେବା ଲାଗି ଘୋଷଣା କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ମହମ୍ମଦି ୧୩ ଥର ଗିରଫ ହୋଇଥିବାବେଳେ ୫ଥର ଜେଲଦଣ୍ଡାଦେଶ କ୍ରମେ ୩୧ ବର୍ଷ ଜେଲଦଣ୍ଡର ସମ୍ମୁଖୀନ ହୋଇଛନ୍ତି । ଏହା ସହ ତାଙ୍କୁ ୧୫୪ ଥର ଚାବୁକ ମାଡ଼ କରାଯାଇଛି । ମହିଳା, ଜୀବନ ଓ ସ୍ବାଧୀନତାର ବାର୍ତ୍ତା ନେଇ ସେ ଦୀର୍ଘ ସଂଗ୍ରାମ ଜାରି ରଖିଛନ୍ତି ।

Comments are closed.