Latest Odisha News

ପ୍ୟାରିସ ଅଲିମ୍ପିକ୍ସ: ସାମ୍ନାକୁ ଆସିଲା ପ୍ରଥମ ଡୋପିଂ ମାମଲା

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇଯାଇଛି । ତେବେ ଆରମ୍ଭରୁ ସାମ୍ନାକୁ ଆସିଛି ପ୍ରଥମ ଡୋପିଂ ମାମଲା । ରିପୋର୍ଟ ମୁତାବକ ଇରାକର ଜୁଡାକୋ ସଜାଦ ସେହେନଙ୍କ ଡୋପ ସାମ୍ପୁଲରୁ ପ୍ରତିବନ୍ଧ ଡ୍ରଗ୍ସର ନମୂନା ମିଳିଛି । ଫଳରେ ଇରାକକୁ ଶକ୍ତ ଧକ୍କା ଲାଗିଛି । ୨୮ ବର୍ଷୀୟ ସଜାଦ ମେଟାଂଡିଏନୋନ ଓ ବୋଲ୍ଡନୋନ ନାମକ ପଦାର୍ଥ ସେବନ କରିଥିବା ଜଣାପଡିଛି । ସମ୍ପୃକ୍ତ ଖେଳାଳିଙ୍କୁ ଅସ୍ଥାୟୀ ଭାବେ ନିଲମ୍ବିତ କରାଯାଇଛି । ଅନ୍ୟ ଅର୍ଥରେ ସେ ଏବେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ ।

ସେହେନ ୮୧ କିଗ୍ରା ବିଭାଗରେ ଇରାକ ପକ୍ଷରୁ ପ୍ରତିନିଧିତ୍ୱ କରୁଥିଲେ । ମଙ୍ଗଳବାର ସେ ଉଜବେକିସ୍ତାନ ବିପକ୍ଷ ପ୍ରତିଦ୍ୱନ୍ଦ୍ୱୀକୁ ସାମ୍ନା କରିଥାନ୍ତି । ଏଥିରେ ସେ ବିଜୟ ହାସଲ କରିଥିଲେ ପ୍ରିକ୍ୱାର୍ଟରରେ ପ୍ରବେଶ କରିଥାନ୍ତେ । ସୂଚନାଯୋଗ୍ୟ, ସୀନ ନଦୀ କୂଳରେ ପ୍ୟାରିସ ଗେମ୍ସର ଉଦଘାଟନୀ ଉତ୍ସବ ବେଶ ବର୍ଣ୍ଣାଢ଼୍ୟ ପରିବେଷରେ ଆୟୋଜିତ ହୋଇଯାଇଛି ।

Comments are closed.