Latest Odisha News

BREAKING NEWS

ଆଇଆରସିଟିସି ଆପ୍ ଓ ୱେବସାଇଟ ଠପ୍

ନୂଆଦିଲ୍ଲୀ: ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ୱେବସାଇଟ୍ ଏବଂ ଆପ୍ ଡିସେମ୍ବର ୨୬ ଦିନ ଠପ୍ ହୋଇପଡିଛି। ଉଭୟ ୱେବସାଇଟ୍ ଏବଂ ଆପର ସେବା କାମ କରୁନାହିଁ। ଯାହାକୁ ନେଇ ଲକ୍ଷ ଲକ୍ଷ ଯାତ୍ରୀ ସୋସିଆଲ ମିଡିଆରେ ଅଭିଯୋଗ କରିଛନ୍ତ।

ଡାଉନ୍ ଡିଟେକ୍ଟର ପ୍ଲାଟଫର୍ମ ପକ୍ଷରୁ ସୂଚନା ମିଳିଛି। ଆଇଆରସିଟିସି ଆପ୍ ଖୋଲିବାବେଳେ ଦେଖିବାକୁ ମିଳୁଛି ଯେ ”ରକ୍ଷଣାବେକ୍ଷଣ କାର୍ଯ୍ୟକଳାପ ତ୍ରୁଟି ହେତୁ କାର୍ଯ୍ୟ କରିବାକୁ ଅସମର୍ଥ’।

ଆଇଆରସିଟିସିର ସୂଚନା ଅନୁଯାୟୀ, “ରକ୍ଷଣାବେକ୍ଷଣ କାର୍ଯ୍ୟ ହେତୁ ଇ-ଟିକେଟ୍ ସେବା ଉପଲବ୍ଧ ହେଉ ନାହିଁ। ଦୟାକରି ପରେ ଚେଷ୍ଟା କରନ୍ତୁ”।

Comments are closed.