କଟକ: ଓଡିଶା କ୍ରିକେଟ ଆସୋସିଏଶନ ଓ ଆରିଭା ସ୍ପୋର୍ଟ୍ସ ଆନୁକୂଲ୍ୟରେ ଓଡିଶା ପ୍ରୋ ଟି୨୦ ଲିଗ ଆୟୋଜିତ ହେଉଛି । ଏହା ୧୭ ସେପ୍ଟମ୍ବରରୁ ୨୬ ପର୍ଯ୍ୟନ୍ତ ଖେଳାଯାଇଛି । ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ଦେବାଶୀଷ ମହାନ୍ତି ଓ ଇରଫାନ ପଠାନଙ୍କୁ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରାଯାଇଛି । ଏହି ଲିଗକୁ ଲୋକପ୍ରିୟ କରାଇବା ପାଇଁ ଆୟୋଜକଙ୍କ ପକ୍ଷରୁ ଯଥାସମ୍ଭବ ପ୍ରୟାସ କରାଯାଉଛି । ଓଡିଶାର ଦେବାଶୀଷ ନିଜକୁ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ କରିଥିବା ବେଳେ ତାଙ୍କ ଉପସ୍ଥ୍ିତି ଯୁବ ଖେଳାଳିଙ୍କୁ ପ୍ରେରଣା ଯୋଗାଇବ । ସେହିପରି ପୂର୍ବତନ କ୍ରିକେଟର ସଞ୍ଜୟ ରାଉଳ ଓ ବିସିସିଆଇ ମ୍ୟାଚ ରେଫରୀ ଏହି ଲିଗରେ ମ୍ୟାଚ ରେଫରୀ ଦାୟିତ୍ୱ ତୁଲାଇବେ । ଓଭରାଲ ୧୮ ମ୍ୟାଚ ଷ୍ଟାର ସ୍ପୋଟ୍ସ ଖେଲ ଓ ଷ୍ଟ୍ରିମିଡ ଲାଇଭ ଫ୍ୟାନକୋଡରେ ଅପରାହ୍ନ ୨ଟା ଓ ସନ୍ଧ୍ୟା ୭ଟାରେ ପ୍ରସାରିତ ହେବ ।
ଓଡିଶା ମହିଳା କ୍ରିକେଟ ଟିମକୁ ନେଇ ଏକ ପ୍ରଦର୍ଶନୀ ମ୍ୟାଚ ଖେଳାଯିବ । ଉଦଘାଟନୀ ଦିବସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିରେ ରିତୁରାଜ ମହାନ୍ତି, ସମ୍ବଲପୁରୀ ଫୋକ ଡ୍ୟାନ୍ସ, ମାଲଖୁମ୍ବ ଓ ନକାଶ ଅଜିଜଙ୍କ ସଙ୍ଗୀତମୟ କାର୍ଯ୍ୟକ୍ରମ ଓ ଚିତ୍ରାଗନ୍ଧା ସିଂଙ୍କ ନୃତ୍ୟୁ ରହିଛି । ଏହା ପରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟ୍ରଫି ଉନ୍ମୋଚିତ କରିବେ । ଭୁବନେଶ୍ୱର ଟାଇଗର୍ସ ଓ କଟକ ପାନ୍ଥର୍ସ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଚାମ୍ପିୟନ ଟିମକୁ ୫୦,୦୦,୦୦୦, ରନର୍ସଅପ ଟିମକୁ ୨୫,୦୦,୦୦୦ ଓ ପ୍ରତ୍ୟେକ ମ୍ୟାଚର ପ୍ଲେୟାର ଅଫ ଦି ମ୍ୟାଚକୁ ୧୦,୦୦୦, ପ୍ଲେୟାର ଅଫ ଦି ସିରିଜକୁ ୧୦୦୦୦୦ ଟଙ୍କା ପୁରସ୍କାର ରାଶି ବାବଦକୁ ଦିଆଯିବ । ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଓ ବୋଲରଙ୍କ ପାଇଁ ୫୦,୦୦୦ ଲେଖାଏଁ ଟଙ୍କା ଏହି ବାବଦକୁ ରଖାଯାଇଛି । ଓସିଏ ସମ୍ପାଦକ ସଞ୍ଜୟ ବେହେରା, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ସିଇଓ ସୁବ୍ରତ କୁମାର ବେହେରା ଓ ଆରିଭା ସ୍ପୋର୍ଟ୍ସର ମୂଖ୍ୟ ସଲମାନ ଖାଁ ଉପସ୍ଥିତ ଥିଲେ ।
Comments are closed.