Latest Odisha News

BREAKING NEWS

ସ୍କୁଲ ପିଲାଙ୍କୁ ଦିଆଯିବ ଆଇରନ୍ ଟାବଲେଟ୍

ଭୁବନେଶ୍ୱର: ମଧ୍ୟାହ୍ନ ଭୋଜନ ସହ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇରନ୍ ଟାବଲେଟ୍ । ମିଡ୍ ଡେ ମିଲ୍ ବା ଏମଡିଏମ୍ ରାସନ ସହ ପିଲାମାନଙ୍କୁ ଆଇରନ୍ ଫୋଲିକ୍ ଟାବଲେଟ୍ ଦିଆଯିବ । ଏନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଏମଡିଏମର ରାଜ୍ୟ ନୋଡାଲ ଅଧିକାରୀ ଗଙ୍ଗାଧର ସାହୁ ।

ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଫୋଲିକ ଟାବଲେଟ ବାଣ୍ଟିବେ । ଜୁଲାଇ ଓ ଅଗଷ୍ଟ ଦୁଇ ମାସ ପାଇଁ ପ୍ରତି ପିଲା ପିଛା ଦିଆଯିବ ୧୦ଟି ଲେଖାଏଁ ଟାବଲେଟ୍ । ଅପପୃଷ୍ଟି ଓ ରୋକ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ଏହି ଟାବଲେଟ୍ ବଣ୍ଟନ କରାଯିବ ।

ଗୋଲାପୀ ଓ ନୀଳ ରଙ୍ଗର ଦୁଇ ପ୍ରକାର ଟାବଲେଟ୍ ଦିଆଯିବ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ଗୋଲାପୀ ଓ ନୀଳ ରଙ୍ଗର ଟାବଲେଟ୍ ଷଷ୍ଠରୁ ଦଶମ ଶ୍ରେଣୀ ପିଲାଙ୍କ ମଧ୍ୟରେ ବଣ୍ଟାଯିବ । ରାସନ ସାମଗ୍ରୀ ପ୍ରଦାନ କରିବା ବେଳେ ଆଇରନ୍ ଟାବଲେଟ୍ ଦେବାକୁ ନିର୍ଦ୍ଦେଶ ରହିଛି ।

Leave A Reply

Your email address will not be published.