Latest Odisha News

BREAKING NEWS

ବ୍ରିଜ୍ ତଳକୁ ଖସିଲା ଟ୍ରକ୍

ଢେଙ୍କାନାଳ: ବ୍ରିଜରୁ ନଦୀକୁ ଖସିଲା ଟ୍ରକ୍ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥର ସରାଙ୍ଗ ବ୍ରିଜରୁ ବ୍ରାହ୍ମଣୀ ନଦୀକୁ ଖସିଲା ଆଇରନ ଓର ବୋଝେଇ ଟ୍ରକ୍ । ଦୁର୍ଘଟାରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ପାଲଲହଡା ଅଞ୍ଚଳର ମାନସ ରଞ୍ଜନ ଧୀବର । ଆଇରନ୍ ଓର୍ ବୋଝେଇ ଟ୍ରକ କେନ୍ଦୁଝରରୁ ଅନୁଗୋଳ ଯାଉଥିଲା ।

ଜଟିଆ ଗାଁ ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ ଟ୍ରକର ଆଗ ଚକା ଫାଟି ଯାଇଥିଲା । ଫଳରେ ଟ୍ରକଟି ଭାରସାମ୍ୟ ହରାଇ ବ୍ରିଜରୁ ତଳକୁ ଖସି ପଡ଼ିଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ ଟିମ୍ । ଟ୍ରକ ଭିତରୁ ମୃତଦେହକୁ ଉଦ୍ଧାର କରିଥିଲେ ।

Leave A Reply

Your email address will not be published.