ନୂଆଦିଲ୍ଲୀ: ବଲିଉଡର ଦିଗ୍ଗଜ ଅଭିନେତା ଇରଫାନ୍ ଖାନ୍ ଏପ୍ରିଲ୍ ୨୯ ରେ ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମରରେ ପୀଡିତ ହେବା ପରେ ତାଙ୍କ ପରିବାର ଏବଂ ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ଅଲ୍ବିଦା କହିଥିଲେ। ଇରଫାନଙ୍କ ଦେହାନ୍ତ ହେବାର ବହୁ ଦିନ ବିତିଛି, କିନ୍ତୁ ସ୍ୱର୍ଗତ ଅଭିନେତାଙ୍କୁ ତାଙ୍କ ପ୍ରଶଂସକମାନେ ଏବେ ବି ମନେ ରଖିଛନ୍ତି। ତାଙ୍କ ପୁଅ ବାବିଲ ଖାନ ତାଙ୍କ ସ୍ମୃତିରେ ସୋସିଆଲ ମିଡିଆରେ ଅନେକ ସମୟରେ ଫଟୋ ପୋଷ୍ଟ କରନ୍ତି। ନିକଟରେ ତାଙ୍କ ପୁଅ ପୁଣିଥରେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଇରଫାନଙ୍କ ସହ ଦୀପିକା ପାଦୁକୋନଙ୍କ ଏକ ଫଟୋ ସେୟାର କରିଛନ୍ତି। ଯାହା ସହିତ ସେ ଏକ ସୁନ୍ଦର କ୍ୟାପସନ୍ ମଧ୍ୟ ଲେଖିଛନ୍ତି।
ଇରଫାନ ଖାନ ଏବଂ ଦୀପିକା ପାଦୁକୋନଙ୍କ ଏହି ଫଟୋ ‘ପିକୁ’ ଫିଲ୍ମରୁ ନିଆଯାଇଛି। ଫଟୋ ସେୟାର କରିବାବେଳେ ଇରଫାନଙ୍କ ପୁଅ ଲେଖିଛନ୍ତି, “ଏହି ଚଳଚ୍ଚିତ୍ର ଦେଖନ୍ତୁ” ବାବିଲଙ୍କ ଏବଂ ଇରଫାନଙ୍କ ପ୍ରଶଂସକମାନେ ତାଙ୍କର ଏହି ପୋଷ୍ଟକୁ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି। ଏହା ସହିତ ତାଙ୍କ ପ୍ରଶଂସକମାନେ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଜଣେ ପ୍ରଶଂସକ ସେହି ଫଟୋ ଉପରେ ମନ୍ତବ୍ୟ ଦେଇ ଲେଖିଛନ୍ତି ଯେ ‘ମୁଁ ଏହି ଚଳଚ୍ଚିତ୍ରକୁ ୧୦ ରୁ ଅଧିକ ଥର ଦେଖିଛି’।
Comments are closed.