Latest Odisha News

BREAKING NEWS

ଗୁୁରୁ ଦିବସରେ ଛାତ୍ରଙ୍କ ଥଟ୍ଟା ମହଙ୍ଗା ପଡ଼ିଲା, ଶିକ୍ଷକ ରାଗିଯାଇ ଛେଚି ପକାଇଲେ

ବିହାର: ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ବାର୍ଷିକୀକୁ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖରେ ଗୁରୁ ଦିବସ ଭାବରେ ପାଳନ କରାଯାଏ । ଏହି ଅବସରରେ ଛାତ୍ରଛାତ୍ରୀମାନେ ସେମାନଙ୍କର ଶିକ୍ଷକମାନଙ୍କୁ ପୂଜାର୍ଚ୍ଚନା କରିବା ସହ ବିଶେଷ ଉପହାର ଦେଇଥାନ୍ତି । କିନ୍ତୁ ଆଜିକାଲି କିଛି ଛାତ୍ର ଏହି ଉତ୍ସବରେ ଅତ୍ୟଧିକ ଉତ୍ସାହିତ ହୋଇ ଶିକ୍ଷକମାନଙ୍କୁ ସମ୍ମାନ ଦେବା ପରିବର୍ତ୍ତେ ଏପରି କାର୍ଯ୍ୟ କରନ୍ତି ଯାହା କ୍ରୋଧରେ ପରିଣତ ହୁଏ । ଏବେ ସେମିତି ଏକ ସମାନ ଘଟଣା ବିହାରରେ ଦେଖିବାକୁ ମିଳିଛି । ଜଣେ ଛାତ୍ର ଶିକ୍ଷକଙ୍କ ଉପରକୁ ପାର୍ଟି ସ୍ପ୍ରେ କରିବାରୁ ଶିକ୍ଷକ ଜଣକ ରାଗିଯାଇ ଏପରି କିଛି କରିଛନ୍ତି ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ବିହାରର ଏକ ବିଦ୍ୟାଳୟରେ ଗୁରୁ ଦିବସ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ଛାତ୍ରଛାତ୍ରୀ ଉପସ୍ଥିତ ଅଛନ୍ତି । ପିଲାମାନେ କ୍ଲାସରୁମ୍‌କୁ ବେଲୁନ୍ ଓ ରଙ୍ଗବେରଙ୍ଗର ଜରିରେ ସୁନ୍ଦର ଭାବେ ସଜ୍ଜାଇଥିବା ଦେଖିବାକୁ ମିଳିଛି । ହଠାତ୍ ଜଣେ ଛାତ୍ର ଆସି ସମସ୍ତଙ୍କ ଉପରେ ସ୍ପ୍ରେ କରୁଛନ୍ତି, ଯାହା ପ୍ରାୟତଃ ବିଭିନ୍ନ ପାର୍ଟିରେ ବ୍ୟବହାର କରାଯାଇଥାଏ । କିଛି ସମୟ ପାଇଁ ଶିକ୍ଷକମାନେ ତାଙ୍କ ଆଚରଣକୁ ସହ୍ୟ କରନ୍ତି । ହେଲେ ଛାତ୍ର ଜଣକ ଅଧିକ ଉତ୍ସାହିତ ହୋଇ ଜଣେ ଶିକ୍ଷକଙ୍କ ଉପରକୁ ଅଧିକ ସ୍ପ୍ରେ କରିବାକୁ ଲାଗିଲେ । ଶିକ୍ଷକ ଜଣକ ହଠାତ ରାଗିଯାଇ ଛାତ୍ରଙ୍କ ସାର୍ଟକୁ ଟାଣି ଆଣି ଟେବୁଲ ଉପରେ ମୁଣ୍ଡ ନୁଆଁଇ ପିଠିରେ ଛେଚି ଦେଇ ଗଲେ । ସାମ୍ନାରେ ବସିଥିବା ଅନ୍ୟ ଛାତ୍ରଛାତ୍ରୀମାନେ ମଧ୍ୟ ଶିକ୍ଷକଙ୍କ ଏହି କାର୍ଯ୍ୟ ଦେଖି ହସୁଥିବାର ନଜର ଆସିଛିି ।

ଏହି ଭିଡ଼ିଓକୁ ଦେଖିବା ପରେ ଅନେକ ମଜାଳିଆ ମତ ଦେଇଛନ୍ତି । ଆଉ କିଛି ଲେଖିଛନ୍ତି, ଗୁରୁ ଦିବସରେ ଶିକ୍ଷକ ଜଣକ ଏପରି ପିଟିବା ଉଚିତ୍ ନୁହେଁ ।

Leave A Reply

Your email address will not be published.