ନୂଆଦିଲ୍ଲୀ: ୫ଜି ଟେକନିକକୁ ନେଇ ଦୀର୍ଘ ସମୟ ନେଇ ବିଭିନ୍ନ ଆଲୋଚନା ହେଉଛି । ଏହା ପ୍ରକୃତରେ ମଣିଷ ପାଇଁ କେତେ କ୍ଷତିକାରକ ସେ ନେଇ ବୈଜ୍ଞାନିକମାନେ ନିକଟରେ ପରୀକ୍ଷଣ କରିଛନ୍ତି । ପୂର୍ବରୁ କୁହାଯାଉଥିଲା ୫ଜି ଯୋଗୁ ମଣିଷଙ୍କ ନିକଟରେ ଚର୍ମରୋଗ ଦେଖାଯାଉଛି । ଏବେ ଏହାର ଉତର ବୈଜ୍ଞାନିକମାନେ ରଖିଛନ୍ତି । ଜର୍ମାନୀର କଷ୍ଟକଟର ୟୁନିଭରସିଟିର ବୈଜ୍ଞାନିକମାନେ ଏକ ଗବେଷଣା କରିଥିଲେ । ମାନବ ଶରୀରର ଚର୍ମ ଉପରେ ଏହାର କିପରି ପ୍ରଭାବ ପକାଉଛି ତାହା ପରୀକ୍ଷଣ କରାଯାଇଥିଲା । ୫ଜିର ଇଲେକ୍ଟ୍ରୋମ୍ୟାଗ୍ନେଟ ତରଙ୍ଗକୁ ମାନବ ଶରୀରର ଦୁଇ ପ୍ରକାର କୋଷ ଫାଇବ୍ରୋବ୍ଲାଷ୍ଟ ଓ କେରାଟିନୋସାଇଟସ ଉପରେ ପକା ଯାଇଥିଲା ।
ଏହାର ତୀବ୍ରତା ୨୭ ଜିଏଚଜେଡ ଓ ୪୦.୫ ଜିଏଚଜେଡ ରଖା ଯାଇଥିଲା । ୨ ଘଂଟା ୪୮ ମିନିଟ ପର୍ଯ୍ୟନ୍ତ ଏହାକୁ ପ୍ରୟୋଗ କରାଯାଇଥିଲା । ଏଥିରେ ମାନବ ଚର୍ମ ବିଶେଷ କ୍ଷତିଗ୍ରସ୍ତ ହୋଇ ନ ଥିଲା । ଜିନ ଏବଂ ଡିଏନଏ ସଂରଚନାରେ ମଧ୍ୟ ଏହା ପ୍ରଭାବ ପକାଇ ନ ଥିଲା । ରେଡିଓ ତରଙ୍ଗ ଅତ୍ୟଧିକ ଉତାପ ସୃଷ୍ଟି କରିବ ବୋଲି ଯେଉଁ ଅନୁମାନ କରାଯାଉଥିଲା ତାହା ଏହି ପରୀକ୍ଷଣରେ ପ୍ରମାଣିତ ହୋଇପାରି ନ ଥିଲା । ତେବେ ଆଗକୁ ଏହି ପରୀକ୍ଷଣ ଜାରୀ ରହିବ ବୋଲି ୟୁନିଭରସିଟିର ଗବେଷକ ମାନେ କହିଛନ୍ତି । ଯେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଭଲ କି ମନ୍ଦ ତଥ୍ୟ ହସ୍ତଗତ ହୋଇନି ପରୀକ୍ଷଣ ଚାଲିବ ବୋଲି କହିଛନ୍ତି ।
Comments are closed.