ଚେନ୍ନାଇ: ଅଲ୍ଲୁ ଅର୍ଜୁନ ଏବେ ନିଜର ଅପକମିଂ ଫିଲ୍ମ ‘ପୁଷ୍ପା ୨’ ରିଲିଜର ଅପେକ୍ଷାରେ ଅଛନ୍ତି। ଏହି ଫିଲ୍ମ ଡିସେମ୍ବର ୫ରେ ସିନେମା ହଲକୁ ଆସିବ। ଏହା ହିନ୍ଦୀ ସମେତ ୬ଟି ଭାଷାରେ ମୁକ୍ତିଲାଭ କରିବ।
ଏକ ରିପୋର୍ଟ ଅନୁଯାୟୀ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଲ୍ଲୁ ଅର୍ଜୁନ ପୁଷ୍ପା ଭୂମିକା ପାଇଁ ୩୦୦ କୋଟି ଟଙ୍କା ନେଇଛନ୍ତି। ତେବେ ଫିଲ୍ମର ପ୍ରଥମ ଭାଗ ସୁପରହିଟ୍ ଥିଲା ଏବଂ ବହୁତ ଭଲ ଆୟ ମଧ୍ଯ କରିଥିଲା।
ତେବେ ପୁଷ୍ପା ଫିଲ୍ମର ସଫଳତା ପରେ ଅଲ୍ଲୁ ଅର୍ଜୁନଙ୍କର ଷ୍ଟାରଡମ୍ ବଢିବା ସହ ଫିସ୍ ମଧ୍ଯ ବଢିଥିଲା। ବର୍ତ୍ତମାନ ସମସ୍ତଙ୍କର ନଜର ତାଙ୍କ ଆଗାମୀ ଫିଲ୍ମ ‘ପୁଷ୍ପା ୨’ ଉପରେ ଅଛି।
ତେବେ ସୂଚନା ଅନୁଯାୟୀ, ଥାଲାପତି ବିଜୟ ତାଙ୍କ ଆଗାମୀ ଫିଲ୍ମ ୬୯ ପାଇଁ ୨୭୫ କୋଟି ଟଙ୍କା ନେଇଥିଲେ ଯାହାଦ୍ୱାରା ସେ ଶାହାରୁଖ ଖାନଙ୍କୁ ପଛରେ ପକାଇ ଭାରତର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ବନିଯାଇଥିଲେ। କିନ୍ତୁ ରିପୋର୍ଟ ଅନୁଯାୟୀ, ଅଲ୍ଲୁ ଅର୍ଜୁନ ବର୍ତ୍ତମାନ ଥାଲାପତି ବିଜୟଙ୍କ ରେକର୍ଡ ଭାଙ୍ଗି ଦେଶର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ପାଲଟି ଯାଇଛନ୍ତି।