Latest Odisha News

BREAKING NEWS

ବଜରଙ୍ଗୀ ଭାଇଜାନ ସୀକ୍ୱେଲ ପାଇଁ ପ୍ରସ୍ତୁତି ଆରମ୍ଭ କଲେ ସଲମାନ

ମୁମ୍ବାଇ: ସଲମାନ ଖାଁ ସିକନ୍ଦର ଫିଲ୍ମର ସଫଳତା ନେଇ ବେଶ ଆଶାୟୀ ଥିଲେ । ଏହା ପୂର୍ବରୁ ତାଙ୍କର ଅନ୍ୟ ଫିଲ୍ମଗୁଡିକ ମଧ୍ୟ ବକ୍ସ ଅଫିସରେ ଭଲ ବ୍ୟବସାୟ କରି ନ ଥିଲା । ତେବେ ଭାଇଜାନଙ୍କ ପୂନର୍ବାର ନିରାଶ ହେବାକୁ ପଡିଛି । ସିକନ୍ଦର ଫିଲ୍ମକୁ ଦର୍ଶକମାନେ ନାପସନ୍ଦ କରିଛି । ବକ୍ସ ଅଫିସରେ ଏହା ମିଶ୍ରିତ ପ୍ରଦର୍ଶନ କରିଛି । ଏବେ ରିପୋର୍ଟ ମୁତାବକ ସଲମାନ ତାଙ୍କର ସୁପରହିଟ ଫିଲ୍ମ ବଜରଙ୍ଗୀ ଭାଇଜାନର ସୀକ୍ୱେଲ ନେଇ ବେଶ ଆଗ୍ରହ ପ୍ରକାଶ କରିଛନ୍ତି । ସେ ଏଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ପିଙ୍କଭିଲ୍ଲା ରିପୋର୍ଟ ଅନୁସାରେ ସଲମାନ ଲୋକପ୍ରିୟ ଲେଖକ ଭି ଭିଜୟେନ୍ଦ୍ର ପ୍ରସାଦଙ୍କ ସହ ଏ ନେଇ ଆଲୋଚନା କରିଛନ୍ତି ।

ସୂଚନାଯୋଗ୍ୟ ସେ ଏହା ପୂର୍ବରୁ ଆରଆରଆର, ବଜରଙ୍ଗୀ ଭାଇଜାନ ଓ ମଗଧୀରା ପରି ଫିଲ୍ମର କାହାଣୀ ଲେଖିଛନ୍ତି । ସଲମାନ, ଭିଜୟେନ୍ଦ୍ର ଓ କବୀର ଖାଁଙ୍କ ଟିମ ଏହାର ସୀକ୍ୱେଲ ନେଇ କାମ ଆରମ୍ଭ କରିଛନ୍ତି । ତେବେ ଅଫିସିଆଲ ଭାବେ ଏ ନେଇ କୌଣସି ଘୋଷଣା କରାଯାଇ ନାହିଁ । ସଲମାନଙ୍କ ସିକନ୍ଦର ଖୁବ ଶୀଘ୍ର ଓଟିଟିରେ ରିଲିଜ ହେବାକୁ ଯାଉଛି । ସଲମାନଙ୍କ ସହ ରଶ୍ମିକା ମାନ୍ଦନା, ପ୍ରତୀକ ସ୍ମିତା ପାଟିଲ, ଶରମାନ ଯୋଶୀ ଓ ସତ୍ୟରାଜ ଏଥିରେ ଅଭିନୟ କରିଛନ୍ତି ।

Comments are closed.