Latest Odisha News

ଦିନିକିଆ କ୍ରିକେଟକୁ ଦିଆ ଯାଉଛି କି ସ୍ଲୋ ପଏଜନ

ମୁମ୍ବାଇ: ମେରିଲବୋନ କ୍ରିକେଟ କ୍ଲବର ଏକ ପଦକ୍ଷେପ କ୍ରିକେଟ ସମୀକ୍ଷକଙ୍କୁ ଚିନ୍ତାରେ ପକାଇ ଦେଇଛି । ଏମସିସିର କେତେକ ନିଷ୍ପତି ପରୋକ୍ଷରେ ଦିନିକିଆ କ୍ରିକେଟ ପାଇଁ ସ୍ଲୋ ପଏଜନ ଭାବେ କାର୍ଯ୍ୟ କରିବ ବୋଲି ଆଶଙ୍କା କରାଯାଉଛି । ଏମସିିସି ଟେଷ୍ଟ କ୍ରିକେଟ ଓ ମହିଳା କ୍ରିକେଟ ପାଇଁ ଅତିରିକ୍ତ ଆର୍ଥୀକ ସହାୟତା ଦାବୀ କରିଛି । ଲର୍ଡ୍ସରେ ଆୟୋଜିତ ବୈଠକରେ ୧୩ ସଦସ୍ୟ ବିଶିଷ୍ଟ ବିଶ୍ୱ କ୍ରିକେଟ ସମିତି ପ୍ରତ୍ୟେକ ବିଶ୍ୱକପର ଏକ ବର୍ଷ ପୂର୍ବରୁ କେବଳ ଦ୍ୱିପାକ୍ଷିକ ଦିନିକିଆ ସିରିଜ ଖେଳିବା ପାଇଁ ପ୍ରସ୍ତାବ ଦେଉଛି ।

ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ଯୋଗୁ ଖେଳାଳିମାନେ ଚାପରେ ରହୁଛି । ଏଥି ଯୋଗୁ ସେମାନେ ବିଶ୍ରାମ ପାଇପାରିବେ ବୋଲି ଏମସିସି ଯୁକ୍ତି ବାଢ଼ିଛି । ୨୦୨୭ ବିଶ୍ୱକପ ପରେ ଦିନିକିଆ ମ୍ୟାଚ କମାଇବା ପାଇଁ ମଧ୍ୟ କୁହାଯାଇଛି । ଟି୨୦ କ୍ରିକେଟର ପଦାର୍ପଣ ପରେ ଦିନିକିଆ କ୍ରିକେଟ ପ୍ରାୟ ୨ ଦଶନ୍ଧି ଧରି ବିପଦରେ ପଡିଲାଣି କହିଲେ ଭୁଲ ହେବନି । ୩ଟି ଯାକ ଫର୍ମାଟରେ ଖେଳିବା ନେଇ ଖେଳାଳିମାନେ ଚାପରେ ରହୁଥିବାରୁ ଦିନିକିଆ କ୍ରିକେଟରୁ ଆଗୁଆ ଅବସର ନେଇ ଯାଉଛନ୍ତି । ଟେଷ୍ଟ କ୍ରିକେଟର ବୈଜବଲ ଇଫେକ୍ଟ ଏହାକୁ ଲୋକପ୍ରିୟ କରୁଥିବା ବେଳେ ଦିନିକିଆ କିନ୍ତୁ ହାତ ମୁଠାରୁ ଖସି ଯାଉଛି ।

ଏମସିସି ସଦସ୍ୟ କିନ୍ତୁ ଦିନିକିଆ କ୍ରିକେଟକୁ ବଂଚାଇ ରଖିବା ପାଇଁ ଉପରୋକ୍ତ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି । ସେମାନଙ୍କ ମତରେ ଦିନିକିଆ ବିଶ୍ୱକପ ଠିକ ବର୍ଷକ ପୂର୍ବରୁ ଦ୍ୱିପାକ୍ଷିକ ସିରିଜ ଖେଳିଲେ ଏହାର ରୋମାଂଚ ବଳବତର ରହିବ । ପୂର୍ବରୁ ସଚିନ ତେନ୍ଦୁଲକରଙ୍କ ସମେତ ଅନେକ ବରିଷ୍ଠ ଖେଳାଳି ଦିନିକିଆ କ୍ରିକେଟ ଭବିଷ୍ୟତ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଏହାକୁ ବଂଚାଇବା ପାଇଁ ସେମାନେ କେତେକ ପ୍ରସ୍ତାବ ମଧ୍ୟ ଦେଇଥିଲେ । ତା ମଧ୍ୟରେ ଦିନିକିଆକୁ ୨ଟି ଭାଗରେ ଭାଗ କରାଯାଇ ୨୫ ଓଭର ଲେଖାଁଏ ଖେଳାଗଲେ ଏହାର ରୋମାଂଚ ରହିବ ବୋଲି ସଚିନ ପ୍ରସ୍ତାବ ଦେଇଥିଲେ ।

Comments are closed.