Latest Odisha News

ମୋଟାପଣ ବଢ଼ାଉଛି ହାଇ-ସ୍ପିଡ଼ ଇଣ୍ଟରନେଟ

ନୂଆଦିଲ୍ଲୀ: ଓଜନ ବୃଦ୍ଧିର ଅନେକ କାରଣ ଅଛି l ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ଫାଷ୍ଟଫୁଡ୍, ତେଲିଆ ଖାଦ୍ୟ ଆଦି ଏହାର କାରଣ ସାଜିଛି l ଏବେ ବର୍ତ୍ତମାନ ଏକ ଅଧ୍ୟୟନରୁ ଜଣାପଡିଛି ଯେ ହାଇ ସ୍ପିଡ୍ ଇଣ୍ଟରନେଟ୍ କାରଣରୁ ମଧ୍ୟ ମେଦବହୁଳତା ବୃଦ୍ଧି ପାଉଛି । କରାଯାଇଥିବା ଏକ ଅନୁସନ୍ଧାନରେ ଅଷ୍ଟ୍ରେଲିଆରେ ହାଇ ସ୍ପିଡ୍ ଇଣ୍ଟରନେଟ୍ କାରଣରୁ ମେଦବହୁଳତା ବଢ଼ୁଥିବା ନେଇ ଜଣାପଡିଛି l

ଅନୁସନ୍ଧାନ ଅନୁଯାୟୀ, ଅନଲାଇନ୍ ଗେମିଂ ଏବଂ ଷ୍ଟ୍ରିମିଂ ପ୍ଲାଟଫର୍ମରେ କ୍ରମାଗତ ଭିଡିଓ ଦେଖିବା ଭଳି ଇଣ୍ଟରନେଟ୍ କାର୍ଯ୍ୟକଳାପ ଯୋଗୁଁ ଅଷ୍ଟ୍ରେଲିଆରେ ମେଦବହୁଳତା ଦ୍ରୁତ ଗତିରେ ବୃଦ୍ଧି ପାଉଛି l ମୋନାଶ ୟୁନିଭରସିଟି, ମେଲବୋର୍ଣ୍ଣ ୟୁନିଭରସିଟି ଏବଂ ଆରଏମଆଇଟି ୟୁନିଭରସିଟିର ଅନୁସନ୍ଧାନକାରୀ ଦଳ ମେଦବହୁଳତା ଉପରେ ହାଇ-ସ୍ପିଡ଼ ଇଣ୍ଟରନେଟର ପ୍ରଭାବ ବିଷୟରେ ଜାଣିବାକୁ 2006-2019 ଭିତରର ସମୟକୁ ନଜରରେ ରଖି ଅଷ୍ଟ୍ରେଲିଆରେ ଘରୋଇ, ଆୟ ଏବଂ ଶ୍ରମ ଡାଇନାମିକ୍ସ ସର୍ବେକ୍ଷଣର ତଥ୍ୟକୁ ବିଶ୍ଳେଷଣ କରିଥିଲେ l

ରିପୋର୍ଟ ଅନୁସାରେ, ହାଇ-ସ୍ପିଡ୍ ଇଣ୍ଟରନେଟ୍ ବ୍ୟବହାର କରୁଥିବାବେଳେ ବାରମ୍ବାର ସ୍ନାକ୍ସ ଖାଇବାର ଇଛା ହୋଇଥାଏ l ତେଣୁ ଲୋକେ ଅଧିକାଂଶ ସମୟ ଏପରି ଖାଦ୍ୟ ଖାଉଛନ୍ତି ଯାହା ବାର ସେମାନେ ମେଦବହୁଳତାର ଶିକାର ହେଉଛନ୍ତି l ଏହା ବ୍ୟତୀତ ଇଣ୍ଟରନେଟ୍ ସହଜରେ ଏବଂ କମ ସମୟରେ ବିଭିନ୍ନ ସାମଗ୍ରୀ ଏବଂ ସେବା ପାଇବା ଉପାୟକୁ ସହଜ କରିଦେଇଛି l ଯାହାଦ୍ୱାରା ଶାରୀରିକ କାର୍ଯ୍ୟକଳାପ ହ୍ରାସ ପାଇଛି । ଏହା ସହିତ, ଇଣ୍ଟରନେଟ ନିଜର ପ୍ରିୟଜନଙ୍କ ସହ ସାକ୍ଷାତ କରିବାର ଆବଶ୍ୟକତାକୁ ମଧ୍ୟ ହ୍ରାସ କରିଛି l ଯେଉଁଥିପାଇଁ ଦିନ କୁ ଦିନ ଅଧିକାଂଶ ଲୋକ ମେଦ ବହୁଳତାର ଶିକାର ହେଉଛନ୍ତି l

ଡିସେମ୍ବର 2023 ରେ ଅଷ୍ଟ୍ରେଲିଆ ପରିସଂଖ୍ୟାନ ବ୍ୟୁରୋ ଦ୍ୱାରା ପ୍ରକାଶିତ ସରକାରୀ ତଥ୍ୟରୁ ଜଣାପଡିଛି ଯେ 2022 ମସିହାରେ ଅଷ୍ଟ୍ରେଲିଆରେ 65.8 ପ୍ରତିଶତ ଲୋକ ମେଦବହୁଳତାର ଶିକାର ହୋଇଥିଲେ l 2012 ରେ ଏହା 62.8 ପ୍ରତିଶତ ଥିଲା।

Comments are closed.