Latest Odisha News

BREAKING NEWS

ଇଣ୍ଡିଆ ଟିମକୁ ଘାଇଲା କରିବେ କି ରାବଡା ?

ବ୍ୟାଟସମାନଙ୍କ ପାଇଁ ରାବଡା ବିପଦ

ନୂଆଦିଲ୍ଲୀ: ଆଉ ଦୁଇ ଦିନ ପରେ ଭାରତ –ଦକ୍ଷିଣ ଆଫ୍ରିକା ମଧ୍ୟରେ ମଇଦାନରେ ହେବ ଲଢ଼େଇ ।  ଦିଲ୍ଲୀର ଅୁରଣ ଜେଟଲି ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ  ପୁଣି ଚାଲିକ କ୍ରିକେଟ ଟକ୍କର ।  କେ.ଏଲ୍ ରାହୁଲଙ୍କ ଅଧିନାୟକତ୍ୱରେ ଭାରତୀୟ ଟି -20 ଦଳ ଦକ୍ଷିଣ ଆଫ୍ରିକା ସହ  ଖେଳିବ ପ୍ରଥମ ମ୍ୟାଚ ।  ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜ୍ ଏଥର ଭାରତ ପାଇଁ ସଂଘର୍ଷପୂର୍ଣ୍ଣ ହୋଇପାରେ ।  ଏହି ସିରିଜରେ ରୋହିତ ଶର୍ମା, ବିରାଟ କୋହଲି ଏବଂ ଜସପ୍ରୀତ ବୁମରାଙ୍କ ଭଳି ଷ୍ଟାର ଖେଳାଳିମାନେ ଖେଳିବେ ନାହିଁ ।

ଦକ୍ଷିଣ ଆଫ୍ରିକା ଦଳ ନିଜ ଶକ୍ତି ସହିତ ପଡ଼ିଆକୁ ଓହ୍ଲାଇବ ।  ଦକ୍ଷିଣ ଆଫ୍ରିକା ଦଳର ଅନେକ ଖେଳାଳି ଆଇପିଏଲ୍ 2022 ର ଅଂଶଗ୍ରହଣ କରିଥିବାରୁ ସେମାନଙ୍କ ପଲ୍ଲା ଭାରି ରହିବାର ସଂଭାବନା ରହିଛି । ତେବେ ସବୁଠୁ ବଡ଼ କଥା ହେଉଛି ଦକ୍ଷିଣ ଆଫ୍ରିକାର ବୋଲରଙ୍କୁ ଏଠି ବି ସାମନା କରିବା ଭାରତୀୟ ବ୍ୟାଟସମାନଙ୍କ ପାଇଁ ଚ୍ୟାଲେଂଜ ରହିବ । ସବୁଠାରୁ ଅଧିକ ବିପଦ ରାବଡା ହେବେ ବୋଲି କ୍ରିକେଟ ସମୀକ୍ଷକମାନେ ଖୋଲାଖୋଲି କହୁଥିବା ବେଳେ ଭାରତୀୟ ବ୍ୟାଟସମ୍ୟାନ ମାନେ କିପରି ସେମାନଙ୍କୁ ସାମନା କରୁଛନ୍ତି ତାହା ଖେଳବେଳେ ଜଣାପଡିବ ବୋଲି କ୍ରିକେଟ ପ୍ରଶଂସକମାନେ ସୋସିଆଲ ମିଡିଆରେ ଚର୍ଚା ଆରମ୍ଭ କରିଦେଇଛନ୍ତି ।

ଦକ୍ଷିଣ ଆଫ୍ରିକା ଦଳର ବୋଲରଙ୍କୁ ଦେଖିଲେ ଏହା ସ୍ପଷ୍ଟ ହେଉଛି ସେମାନେ ବହୁତ ଭଲ ଫର୍ମରେ ଅଛନ୍ତି। ଦକ୍ଷିଣ ଆଫ୍ରିକା ଦଳର ଦ୍ରୁତ ବୋଲର କାଗିସୋ ରାବାଡା ଆଇପିଏଲ ସିଜନରେ ପଞ୍ଜାବ ପାଇଁ ଖେଳିଛନ୍ତି  । ଭାରତୀୟ ପାଣିପାଗରେ  ତାଙ୍କର ଅଭିଜ୍ଞତା ରହିଛି  । ପୁଣି ରାବାଡା ବର୍ତ୍ତମାନ ଭଲ ଫର୍ମରେ ଅଛନ୍ତି । ତାଙ୍କ ସ୍ପିଡ୍ ପାଇଁ ସେ ପାୱାରପ୍ଲେରେ ଚମତ୍କାର ବୋଲିଂ କରି ଓ୍ବିକେଟ ନେବାରେ ମାହିର ଅଛନ୍ତି ।

ଭାରତୀୟ ବ୍ୟାଟିଂ ଅର୍ଡରକୁ ଧୂଳିସାତ କରିବାର ତାଙ୍କ ପାଖେ କ୍ଷମତା ମଧ୍ୟ ରହିଛି । ତେଣୁ ଖେଳ ଆରମ୍ଭ ପୂର୍ବରୁ ସୋସିଆଲ ମିଡିଆରେ ଏବେ ମ୍ୟାଚକୁ ନେଇ ଧରିଲାଣି ଜୋରଦାର  ଚର୍ଚା ।  ରାବାଡା ଭାରତ ପାଇଁ ସବୁଠୁ ବଡ ବିପଦ ହେବେ ବୋଲି ସୋସିଆଲ ମିଡିଆରେ କ୍ରିକେଟ ପ୍ରଶଂସକମାନେ ମତ ଦେବା ସହ ତାଙ୍କୁ ସାହସର ସହ ସାମନା କରିବାକୁ ପରାମର୍ଶ ମଧ୍ୟ ଦେଉଥିବା ଦେଖିବାକୁ ମିଳୁଛି ।

Comments are closed.