Latest Odisha News

BREAKING NEWS

ପୁଣି ଫେରୁଛନ୍ତି କ୍ରାଇମ୍‌ ମାଷ୍ଟର ଗୋଗୋ!

ମୁମ୍ବାଇ: ଅଭିନେତା ଶକ୍ତି କପୁରଙ୍କ ନିଆରା ଅଭିନୟ ଶୈଳୀକୁ ଅନେକ ଲୋକ ପସନ୍ଦ କରନ୍ତି। ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଭିନ୍ନ ଭିନ୍ନ ଭୂମିକାରେ ସେ ଦର୍ଶକଙ୍କ ମନ ଜିଣିପାରିଛନ୍ତି। ତେବେ, ଅନ୍ଦାଜ୍‌ ଆପ୍‌ନା ଆପ୍‌ନା ଫିଲ୍ମରେ କ୍ରାଇମ ମାଷ୍ଟର ଗୋଗୋଙ୍କ ଚିତ୍ରଣ ସବୁଠାରୁ ଲୋକପ୍ରିୟ ହୋଇଥିଲା। ଏଥିପାଇଁ ସେ ଅନେକ ଚର୍ଚ୍ଚା ସାଉଁଟିପାରିଥିଲେ।

ତେବେ ପୁଣି କ୍ରାଇମ୍‌ ମାଷ୍ଟର ଗୋଗୋଙ୍କ ପ୍ରତ୍ୟାବର୍ତ୍ତନ କରୁଥିବା ଜଣାପଡ଼ିଛି। ଏ ନେଇ ଝିଅ ଶ୍ରଦ୍ଧା କପୁର ପ୍ରଶଂସକଙ୍କୁ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ଶକ୍ତି କପୁର କ୍ଲଟ୍‌ କ୍ଲାସିକ୍ ଚଳଚ୍ଚିତ୍ର ଅନ୍ଦାଜ୍‌ ଆପ୍‌ନା ଆପ୍‌ନା ଉପରେ ଆଧାରିତ ଡିସ୍ନି + ହଟଷ୍ଟାର୍ ପ୍ରୋଜେକ୍ଟ ସହିତ ସେ ପୁଣି ଥରେ ଫେରୁଛନ୍ତି।

ଶ୍ରଦ୍ଧା କହିଛନ୍ତି ଶକ୍ତି କପୁର ୧୯୯୪ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଅନ୍ଦାଜ୍‌ ଆପ୍‌ନା ଆପ୍‌ନା ଉପରେ ଆଧାରିତ ଏକ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତ ହେଉଛନ୍ତି।

Leave A Reply

Your email address will not be published.