Latest Odisha News

BREAKING NEWS

ସୁନୀଲ ଜାଖଡ ହେବେ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ?

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ଆଭ୍ୟନ୍ତରୀଣ ବିବାଦ ବର୍ତ୍ତମାନ ଶିଖରରେ ପହଞ୍ଚିଛି। ଶନିବାର ଅପରାହ୍ନ ୫ ଟାରେ କଂଗ୍ରେସ ନେତୃତ୍ୱ ଡାକରା ଦେଇଥିବା ବିଧାନସଭା ପାର୍ଟି ବୈଠକରେ ଏକ ବଡ ନିଷ୍ପତ୍ତି ନିଆଯାଇପାରେ। ସୂତ୍ରରୁ ପ୍ରକାଶ ଯେ ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ସରକାର ବଦଳାଇବାକୁ ନିଷ୍ପତ୍ତି ନେଇଛି। ସୂଚନା ମୁତାବକ ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ସୁନୀଲ ଜାଖଡ ହୋଇପାରନ୍ତି ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ଏହା ମଧ୍ୟ କୁହାଯାଉଛି ଯେ ବିଧାନସଭା ପାର୍ଟି ବୈଠକ ପୂର୍ବରୁ କ୍ୟାପଟେନ ଇସ୍ତଫା ଦେଇପାରନ୍ତି।

ପଞ୍ଜାବରେ କଂଗ୍ରେସ ବିଧାନସଭା ପାର୍ଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ପୂର୍ବତନ ରାଜ୍ୟ ସଭାପତି ସୁନୀଲ ଜାଖଡ କହିଛନ୍ତି ଯେ ରାହୁଲ ଗାନ୍ଧୀ ଦଳର ରାଜ୍ୟ ୟୁନିଟରେ ଜଡିତ ସମସ୍ୟାର ସମାଧାନ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହା କେବଳ କଂଗ୍ରେସ କର୍ମୀଙ୍କୁ ଆକର୍ଷିତ କରି ନାହିଁ ବରଂ ଏହାର ମୂଳଦୁଆ ଅକାଳୀ ଦଳକୁ ଦୋହଲାଇ ଦେଇଛି।

ଉଲ୍ଲେଖନୀୟ ଯେ, କଂଗ୍ରେସର ପଞ୍ଜାବର ୟୁନିଟରେ ଚାଲିଥିବା ବିବାଦ ମଧ୍ୟରେ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ଙ୍କ ନିର୍ଦ୍ଦେଶରେ ଶନିବାର ସନ୍ଧ୍ୟାରେ ରାଜ୍ୟ କଂଗ୍ରେସ ବିଧାନସଭା ପାର୍ଟିର ଏକ ବୈଠକ ଡକାଯାଇଛି। କଂଗ୍ରେସର ମହାସଚିବ ହରିଶ ରାୱତ ଶୁକ୍ରବାର ରାତିରେ ଏ ବାବଦରେ ଘୋଷଣା କରିଛନ୍ତି।

Comments are closed.