Latest Odisha News

ଦେଶ ଛାଡି ପଳାୟନ ବେଳେ ସିରିଆ ରାଷ୍ଟ୍ରପତିଙ୍କ ବିମାନ କ୍ରାଶ

ଡାମକସ୍: ସିରିଆରେ ରାଜନୈତିକ ସଙ୍କଟ ଜାରି ରହିଛି। ଏହାରି ମଧ୍ୟରେ ସିରିଆ ରାଷ୍ଟ୍ରପତି ବାଶାର ଅଲ-ଅସଦଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଚର୍ଚ୍ଚା ହେଉଛି।

ତାଙ୍କ ବିମାନ ଆକାଶରେ ୫୦୦ମିଟର ଉଚ୍ଚରୁ ଖସିପଡିଥିଲା ​​ଏବଂ ଏହାର ଭଗ୍ନାବଶେଷ ମଧ୍ୟ ଉଦ୍ଧାର କରାଯାଇଛି। ବିମାନଟି ଦୁର୍ଘଟଣା ପୂର୍ବରୁ ରାଡାରରୁ ଅଦୃଶ୍ୟ ହୋଇଯାଇଥିବା କୁହାଯାଉଛି।

ବାଶାର ଅଲ-ଅସଦ ନିଜ ପରିବାର ସହିତ ଦେଶ ଛାଡି ପଳାୟନ କରୁଥିବା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ବିଦ୍ରୋହୀମାନେ ଅସଦଙ୍କ ବିମାନକୁ ଖସାଇ ଦେଇଥିବା ମଧ୍ୟ ଦାବି କରାଯାଉଛି।

ତେବେ ଏହା ପୂର୍ବରୁ ମିଲିଟାରୀ ଅପରେସନ କମାଣ୍ଡ ସୋସିଆଲ ମିଡିଆରେ ଉଲ୍ଲେଖ କରିଥିଲେ ଯେ, ଆମେ ଦମିସ୍କ ସହରକୁ ଏକଛତ୍ରବାଦୀ ଶାସକ ବାଶାର ଅଲ-ଅସଦଙ୍କ ଠାରୁ ମୁକ୍ତ କରିଛୁ। ବିଶ୍ୱର ସମସ୍ତ ବିସ୍ଥାପିତଙ୍କ ପାଇଁ ଏକ ମୁକ୍ତ ସିରିଆ ଆପଣଙ୍କୁ ଅପେକ୍ଷା କରିଛି।

ଉଲ୍ଲେଖଯୋଗ୍ୟ, ରାଜଧାନୀ ଡାମସ୍‌କସକୁ ବିଦ୍ରୋହୀ ମାନେ କବ୍‌ଜାକୁ ନେବା ପରେ ଭୟରେ ଦେଶ ଛାଡିଥିଲେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କୁ ବିରୋଧ କରି ବିଦ୍ରୋହୀ ସେନା ଗୋଟିଏ ପରେ ଗୋଟିଏ ସହରକୁ ଦଖଲ କରି ଚାଲିଛନ୍ତି। ୪ଟି ସହରକୁ ସମ୍ପୂର୍ଣ୍ଣ ଅକ୍ତିଆରକୁ ନେବା ପରେ ଏବେ ସିରିଆ ରାଜଧାନୀ ଦାମସକସକୁ ବି ଦଖଲ କରିଛନ୍ତି। ହାମା, ଆଲେପ୍ପୋ ଏବଂ ଦରାକୁ ଦଖଲ କରିବା ପରେ ହୋମ୍ସ ହେଉଛି ଚତୁର୍ଥ ପ୍ରମୁଖ ସହର ଯାହାକୁ ବିଦ୍ରୋହୀମାନେ ନିଜ ନିୟନ୍ତ୍ରଣକୁ ନେଇଥିଲେ। ଏବେ ରାଜଧାନୀ ଦାମସକସକୁ ବି ଦଖଲ କରିଛନ୍ତି। ଅନ୍ୟପଟେ ଅସଦ ସରକାରଙ୍କୁ ହଟାଇବା ଅଭିଯାନର ଏହା ହେଉଛି ଶେଷ ପର୍ଯ୍ୟାୟ। ଅସଦଙ୍କ ସେନା ବିଦ୍ରୋହୀମାନଙ୍କ ନିକଟରେ ଆତ୍ମସମର୍ପଣ କରିଛି ବୋଲି ସୂଚନା ମିଳିଛି ।

Comments are closed.