Latest Odisha News

BREAKING NEWS

ପାର୍ବଣରେ ସୁନା କିଣିବା ଲାଭ ନା କ୍ଷତି ! ପଢ଼ନ୍ତୁ…

ନୂଆଦିଲ୍ଲୀ: ପାର୍ବଣ ପୂର୍ବରୁ ସୁନା କିଣିବାକୁ ଚାହୁଁଛନ୍ତି କି ? ସୁନା କିଣିବା ପୂର୍ବରୁ ସୁନାର ଦର କେତେ ବୃଦ୍ଧି ପାଉଛି, କେଉଁ ମାସରେ ହ୍ରାସ ହେଉଛି ଏବଂ କେଉଁ ସମୟରେ କିଣିବା ଉଚିତ୍ ସେ ବିଷୟରେ ଆପଣ ଜାଣିବା ଆବଶ୍ୟକ। ଭାରତରେ ପ୍ରତ୍ୟେକଙ୍କ ଘରେ ସୁନା ପାଇଁ କିଛି ଟଙ୍କା ସଞ୍ଚୟ କରନ୍ତି ଏବଂ ଏହା ଏକ ନିରାପଦ ବିନିଯୋଗ ଭାବରେ ବିବେଚନା ମଧ୍ୟ କରାଯାଏ। ସୁନା କେବଳ ଅଳଙ୍କାର ନୁହେଁ। ଏହା ବିନିଯୋଗର ଏକ ଉତ୍ତମ ମାଧ୍ୟମ। ବିନିଯୋଗରେ ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେୟାର୍ ହେଉ କିମ୍ବା ସୁନା ଗହଣା ପରେ ସୁନା ମୂଲ୍ୟ ବଢ଼ିପାରେ।

ପ୍ରତିବର୍ଷ ପରି ଆଗାମୀ ପାର୍ବଣରେ ସୁନାର ଚାହିଦା ଅଧିକ ରହିବ ବୋଲି ଆଶା କରାଯାଉଛି। ସେପ୍ଟେମ୍ବର ମଧ୍ୟଭାଗରେ ସୁନା ଦର ଦୁଇ ମାସର କମ ମୂଲ୍ୟରେ କାରବାର କରୁଥିଲା। ସାଧାରଣତଃ ଏହି ସମୟ ହେଉଛି ଯେତେବେଳେ ଲୋକମାନେ ନିବେଶ ଭାବରେ ସୁନା କିଣନ୍ତି। ତେବେ, ସୁନାରେ ବିନିଯୋଗ କରିବା ପାଇଁ ଏହା ଏକ ଭଲ ସମୟ କି? ସେନେଇ ଆସନ୍ତୁ ଜାଣିବା..

କାମ ଅଳଙ୍କାରର ପ୍ରତିଷ୍ଠାତା ତଥା ଏମଡି କୋଲିନ ଶାହାଙ୍କ ଅନୁଯାୟୀ, ସୁନା କ୍ରେତାମାନେ ପୁଞ୍ଜି ବିନିଯୋଗ କ୍ରୟ ପାଇଁ ସୁନା କିଣିବା ଠାରୁ ଆରମ୍ଭ କରି ଏକ ଫ୍ୟାଶନେବଲ୍ ଷ୍ଟେଟମେଣ୍ଟ କିଣିବାକୁ ଆଗେଇ ଆସୁଛନ୍ତି। ଏହି ପୃଷ୍ଠଭୂମି ସହିତ ଆୟ ସ୍ତର ବୃଦ୍ଧି ହେଉଛି ଏବଂ କ୍ରେତା ଶ୍ରେଣୀ ମଧ୍ୟରେ କ୍ରୟ କ୍ଷମତା ବୃଦ୍ଧି ହେଉଛି। ଏହାସହିତ ଏହି ପାର୍ବଣ ଋତୁକୁ ସର୍ବୋତ୍ତମ ବୋଲି ଅନୁମାନ କରାଯାଉଛି ବୋଲି କାମ ଅଳଙ୍କାରର ପ୍ରତିଷ୍ଠାତା ତଥା ଏମଡି କୋଲିନ ଶାହା କହିଛନ୍ତି।

ଆସୋସିଏଟ୍ ଭିପି, ଗଙ୍ଗାନଗର କମୋଡିଟି ଲିମିଟେଡ୍ (ଜିସିଏଲ୍) ଅମିତ ଖେରଙ୍କ ଅନୁଯାୟୀ, ନଭେମ୍ବର ପର୍ଯ୍ୟନ୍ତ ସୁନାର ଚାହିଦା ଅଧିକ ରହିବ। ପୂର୍ବ ପାଞ୍ଚ ବର୍ଷର ଢାଞ୍ଚା ଅନୁଯାୟୀ, ସାଧାରଣତଃ ଅଗଷ୍ଟ-ସେପ୍ଟେମ୍ବରରୁ ସୁନା ଦର ହ୍ରାସ ହୁଏ। ତେଣୁ, ଚଳିତ ବର୍ଷ ମଧ୍ୟ ସମାନ ଆଶା କରାଯାଉଛି ବୋଲି ଖେର ପ୍ରକାଶ କରିଛନ୍ତି। ଅନ୍ୟପଟେ ଆମେ ଯଦି ଓଡ଼ିଶା କଥା କହିବା ତେବେ ସେପ୍ଟେମ୍ୱର ପହିଲାରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୫୫ ହଜାର ଟଙ୍କାରେ ବିକ୍ରି ହେଉଥିବା ବେଳେ ଏହା ୫୩ ହଜାର ଟଙ୍କାକୁ ଖସି ଆସିଛି।

ଆଜି କାଲି ସୁନା କିଣିବା ପୂର୍ବରୁ ଶୁଦ୍ଧତା ଚେକ୍ କରିନେବା ଉଚିତ୍। ତେଣୁ ଆଜିକାଲି ଅନଲାଇନରେ ଅନେକ ଆପ୍ ଅଛି ଯେଉଁଥିରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

Comments are closed.