Latest Odisha News

BREAKING NEWS

ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ବୈଭବ ସୂର୍ଯ୍ୟବଂଶୀ ୧୫ ବଲରେ ଅର୍ଦ୍ଧଶତକ ମାରି ପୂନର୍ବାର ଚର୍ଚ୍ଚାରେ ରହିଛନ୍ତି । ସେ ଟିମ ଇଣ୍ଡିଆ ପାଇଁ ପ୍ରସ୍ତୁତ ହୋଇଗଲେଣି ପୂର୍ବତନ କ୍ରିକେଟରମାନେ ମତ ରଖିଛନ୍ତି । ନଭୋଜତ ସିଂ ସିନ୍ଧୁ, ମହମ୍ମଦ କୈଫ, ଅମ୍ବାତି ରାୟୁଡୁ ଓ ପୀୟୂଷ ଚାୱଲାଙ୍କ କହିବା ଅନୁସାରେ ବୈଭବଙ୍କୁ ସୁଯୋଗ ପ୍ରଦାନ କରା ଗଲେ କିଛି ଭୁଲ ହେବନି । ଆଇପିଏଲ ୨୦୨୬ରେ ସେ ଯଦି ଏହ ଭଳି ପ୍ରଦର୍ଶନ ଜାରୀ ରଖିବେ ତେବେ ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ଭାରତୀୟ ଦଳରେ ସ୍ଥାନ ପାଇ ପାରନ୍ତି । ଏହାର ପ୍ରଥମ ମ୍ୟାଚ ଜୁନ ୨୬ରେ ଖେଳାଯିବ । ବୈଭବ ଏହି ସିରିଜ ମାଧ୍ୟମରେ ନିଜ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିପାରନ୍ତି ।

ସଞ୍ଜୁ ସାମସନ, ଅଭିଷେକ ଶର୍ମା ଓ ଈଶାନ କିଶାନଙ୍କ ଉପସ୍ଥିତିରେ ବୈଭବ ତାଙ୍କ ସ୍ଥାନ ହାସଲ କରିବା କଷ୍ଟକର ମନେ ହେଉଛିି । ଭାରତୀୟ ଟିମ ଏହି ଗସ୍ତ ପରେ ଇଂଲଣ୍ଡ ବିପକ୍ଷରେ ସିରିଜ ଖେଳିବେ । ଏହାକୁ ଦୃଷ୍ଟିରେ ରଖି ବିସିସିଆଇ କେତେଜଣ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦେଇପାରେ । ଯଦି ଏହା ହୁଏ ତେବେ ବୈଭବ ସୁଯୋଗ ପାଇପାରିବେ । ସେ ଆଇପିଏଲରେ ମାତ୍ର ୮ଟି ମ୍ୟାଚରେ ୨୯ ଛକା ମାରି ସାରିଛନ୍ତି । ତାଙ୍କର ଷ୍ଟ୍ରାଇକ ରେଟ ୨୧୮ରୁ ଊର୍ଦ୍ଧ୍ୱ ହେବ ।

Leave A Reply

Your email address will not be published.