Latest Odisha News

BREAKING NEWS

ଆପଣଙ୍କ ଗାଡି ନମ୍ବର ଏଚଏସଆରପି ଅନ୍ତର୍ଭୁକ୍ତ ତ? ନହେଲେ ଅକ୍ଟୋବର ୧ରୁ ଦେବେ ଜୋରାମାନା

ଭୁବନେଶ୍ୱର: ଆପଣଙ୍କ ଗାଡି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚଏସଆରପି)ରେ ସାମିଲ ହୋଇଛି ତ? ? ଯଦି ନହୋଇଛି ମାସ ଶେଷ ସୁଦ୍ଧା କାମ ଶେଷ କରି ଦିଅନ୍ତୁ । ନହେଲେ ଅକ୍ଟୋବର ୧ରୁ ଦେବେ ଜୋରିମାନା । ଏ ନେଇ ପରିବହନ ବିଭାଗ ସୂଚନା ଦେଇଛି।

ଏପ୍ରିଲ ୧, ୨୦୧୯ ପୂର୍ବରୁ ପଞ୍ଜିତୃତ ହୋଇଥିବା ପୁରୁଣା ଗାଡିଗୁଡ଼ିକରେ ଏଚଏସଆରପିର ସଂଲଗ୍ନ କରିବା ଆବଶ୍ୟକ । ଯେଉଁ ଓଡ଼ିଶା ଗାଡିର ରେଜିଷ୍ଟ୍ରେସନର ଶେଷ ଅକ୍ଷର ୧, ୨, ୩ ଏବଂ ୪ ରହିଛି। ସେହି ଗାଡିର ରେଜିଷ୍ଟ୍ରେସନ ନମ୍ବର ସେପ୍ଟେମ୍ବର ୩୦ରେ ଶେଷ ହେବାକୁ ଯାଉଛି। ଯଦି ନହୋଇଥିବ ତାହେଲେ ତେଣୁ ଅକ୍ଚୋବାର ୧ରୁ ତଣ୍ଡ ଗଣିବେ ବୋଲି ପରିବହନ (ବୈଷୟିକ) ଯୁଗ୍ମ କମିଶନର ଦୀପ୍ତି ରଂଜନ ପାତ୍ର ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ସେପ୍ଟେମ୍ବର ୧୩ ସୁଦ୍ଧା ମୋଟ ୧୦,୬୫,୩୧୨ ଗାଡି ମାଲିକ ସ୍ଲଟ୍ ବୁକ୍ କରିଛନ୍ତି । ସେଥିମଧ୍ୟରୁ ୫,୯୩,୭୧୭ ଗାଡିରେ ଏଚଏସଆରପି ଲଗାଯାଇଛି ବୋଲି ପରିବହନ ଯୁଗ୍ମ କମିଶନର କହିଛନ୍ତି। କାର୍ଯ୍ୟସୂଚୀ ଅନୁଯାୟୀ, ଅକ୍ଟୋବର ୩୧ ହେଉଛି ଓଡ଼ିଶାର ପଞ୍ଜୀକରଣ ନମ୍ବର ସହିତ ନମ୍ବରର ଶେଷ ଅକ୍ଷର ୫ ଏବଂ ୬ର ଶେଷ ତାରିଖ । ସେହିପରି ଗାଡି ନମ୍ବରର ଶେଷ ଅକ୍ଷର  ୭, ୮ ପାଇଁ ଶେଷ ତାରିଖ ନଭେମ୍ବର ୩୦ ଓ ୯ ଏବଂ ୦ ପାଇଁ ଡିସେମ୍ବର ୩୧ ରହିଛି ଶେଷ ତାରିଖ।

ଯଦି ଉପରୋକ୍ତ ନିର୍ଦ୍ଧାରିତ ତାରିଖ ମଧ୍ୟରେ ଗାଡିଟି ଏଚଏସଆରପି ସହିତ ସଂଲଗ୍ନ ନହୁଏ, ତେବେ ଗାଡି ବିରୋଧରେ ଇ-ଚାଲାଣ ଜାରି କରାଯିବ । ଏମଭି ଆକ୍ଟ ୧୯୮୮ର ଧାରା ୧୯୨ ଅନୁଯାୟୀ ୫ ହଜାର କିମ୍ବା ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

କମିଶନର କହିଛନ୍ତି, ଯେ ପୁରୁଣା ନମ୍ବର ପ୍ଲେଟ ଗୁଡିକ ସହଜରେ ଚୋରମାନେ ଏହାର ଅପବ୍ୟବହାର କରିପାରିବେ। ହେଲେ ଏଚଏସଆରପି ପ୍ଲେଟଗୁଡିକ ବାହାର କରିବା ବା ବଦଳାଇବା କଷ୍ଟକର। ଏହି ପ୍ଲେଟଗୁଡିକ ଟ୍ୟାମ୍ପର-ପ୍ରୁଫ୍ ଏବଂ ଦୁଇଟି ପୁନ-ବ୍ୟବହାରଯୋଗ୍ୟ ଲକ୍ ସହିତ ଆସିଥାଏ ବୋଲି ସେ କହିଛନ୍ତି।

ରାଜ୍ୟ ପରିବହନ ବିଭାଗ ଜୁନ୍ ୧, ୨୦୨୨ ଠାରୁ ସମସ୍ତ ଶ୍ରେଣୀର ପୁରୁଣା ଯାନ ପାଇଁ ଏପ୍ରିଲ୍ ୧ ପୂର୍ବରୁ ପଞ୍ଜୀକୃତ ହୋଇଥିବା ଏଚଏସଆରପି ବାଧ୍ୟତାମୂଳକ କରିଛି। ଏହାପୂର୍ବରୁ ଏପ୍ରିଲ୍ ୧ କିମ୍ବା ପରେ ପଞ୍ଜୀକୃତ ହୋଇଥିବା ସମସ୍ତ ନୂଆ ଯାନ ପାଇଁ ଏଚଏସଆରପି ବାଧ୍ୟତାମୂଳକ ହୋଇସାରିଛି।

Leave A Reply

Your email address will not be published.