Latest Odisha News

୧୪ ବର୍ଷ ପରେ ସ୍ୱାମୀଙ୍କଠାରୁ ଅଲଗା ହେଲେ ଈଶା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ମଡେଲ ଈଶା କୋପିକାରଙ୍କ ବିବାହ ବିଚ୍ଛେଦ ଘଟିଛି । ୧୪ ବର୍ଷ ପରେ ଈଶା ଓ ତାଙ୍କ ସ୍ୱାମୀ ଟିମି ନାରଙ୍ଗ ପରସ୍ପରଠାରୁ ଅଲଗା ହୋଇଛନ୍ତି । ୨୯ ନଭେମ୍ବର ୨୦୦୯ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ସେମାନଙ୍କ ଏକ କନ୍ୟା ସନ୍ତାନ ରହିଛି । ବିବାହ ବିଚ୍ଛେଦ ପରେ ଈଶା ତାଙ୍କ ଝିଅ ରିଆନାଙ୍କୁ ନେଇ ନିଜ ଘରକୁ ଯାଇଛନ୍ତି । ଦୀର୍ଘ ଦିନ ହେବ ଉଭୟ ପତିପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିଲା । ସମ୍ପର୍କକୁ ବଂଚାଇ ରଖିବା ବିଭିନ୍ନ ପ୍ରକାରର ଉଦ୍ୟମ କରିଥିଲେ ମଧ୍ୟ ସେମାନେ ଏଥିରେ ସଫଳ ହୋଇପାରି ନ ଥିଲେ ।

ଈଶା କ୍ରିଷ୍ଣା କଟେଜ, ଡନ, କ୍ୟା କୁଲ ହେ ହମ, ଫିଜା, ଏଲଓସି କାର୍ଗିଲ ପରି ଫିଲ୍ମରେ ଅଭିନୟ କରିଛନ୍ତି । ସେ ଏହା ବ୍ୟତୀତ ତେଲୁଗୁ ଓ ମରାଠୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ୨୦୧୯ରେ ସେ ବିଜେପିରେ ଯୋଗଦେଇଥିଲେ । ଅପରପକ୍ଷରେ ଟିମି ଏକ ପ୍ରତିଷ୍ଠିତ ହୋଟେଲ ଚେନର ମାଲିକ ।

Leave A Reply

Your email address will not be published.