Latest Odisha News

ରଣଜୀ ଟ୍ରଫି: ଝାଡଖଣ୍ଡର ଅଧିନାୟକ ଦାୟିତ୍ୱ ତୁଲାଇବେ ଈଶାନ କିଶାନ

ନୂଆଦିଲ୍ଲୀ: ଭାରତର ବ୍ୟାଟ୍ସମ୍ୟାନ ଈଶାନ କିଶାନ ରଣଜୀ ଟ୍ରଫିର ଆଗାମୀ ସିଜନରେ ଝାଡଖଣ୍ଡର ଅଧିନାୟକ ଦାୟିତ୍ୱ ତୁଲାଇବେ । ବିବାଦୀୟ ଢ଼ଙ୍ଗରେ ଗତ ସିଜନରୁ ଓହରିଯିବା ଫଳରେ ବିସିସିଆଇ ତାଙ୍କୁ ସେଂଟ୍ରାଲ କଂଟ୍ରାକ୍ଟରୁ ବାଦ ଦେଇଥିଲା । ରିଷଭ ପନ୍ତଙ୍କ ଦୁର୍ଘଟଣା ପରେ ଈଶାନ ଧଳା ବଲ କ୍ରିକେଟରେ ଭାରତର ନିୟମିତ ଖେଳାଳି ସାଜିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ସେ ହଠାତ ବ୍ୟକ୍ତିଗତ କାରଣ ଦର୍ଶାଇ ଓହରି ଯାଇଥିଲେ । ଏହା ପରେ ବିସିସିଆଇର କୌଣସି ଅଫିସିଆଲ ମ୍ୟାଚରେ ଖେଳି ନ ଥିଲେ । ବିସିସିଆଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ୨୬ ବର୍ଷୀୟ ଈଶାନ ଆଇପିଏଲ ୨୨୦୩ ସଂସ୍କରଣ ପୂର୍ବରୁ ଡିୱାଇ ପାଟିଲ ଟି୨୦ରେ ଅଂଶଗ୍ରହଣ କରିଥିଲେ ।

ପରେ ଈଶାନ ନିଜ ଭୁଲ ବୁଝିବା ସହ ଘରୋଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଭଲ ପ୍ରଦର୍ଶନ କରିଥିଲେ । ଦୁଲୀପ ଟ୍ରଫିରେ ଇଣ୍ଡିଆ ସି ପକ୍ଷରୁ ଖେଳି ସେ ଶତକ ହାସଲ କରବା ସହ ଅବଶିଷ୍ଟ ଭାରତ ଏକାଦଶ ପକ୍ଷରୁ ୩୮ ରନ କରିଥିଲେ । ଝାଡଖଣ୍ଡ ଗତ ସିଜନରେ ୭ଟି ମ୍ୟାଚରୁ ୨ଟି ବିଜୟ, ୨ଟି ପରାଜୟ ହାସଲ କରିଥିବା ବେଳେ ୩ଟି ମ୍ୟାଚ ଡ୍ର ରହିଥିଲା । ଈଶାନଙ୍କ ନେତୃତ୍ୱରେ ଝାଡଖଣ୍ଡ ଭଲ ପ୍ରଦର୍ଶନ କରିବ ବୋଲି ଚୟନ କମିଟି ମୂଖ୍ୟ ସୁବ୍ରତ ଦାସ କହିଛନ୍ତି ।

Leave A Reply

Your email address will not be published.