ନୂଆଦିଲ୍ଲୀ: ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଈଶାନ କିଶାନ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ସେ କାହାକୁ ବିବାହ କରିବେ ତାର ଖୁଲାସା ତାଙ୍କ ଜେଜେବାପା ଅନୁରାଗ ପାଣ୍ଡେ କରିଛନ୍ତି । ଟି୨୦ ବିଶ୍ୱକପରେ ଈଶାନ ପାକିସ୍ତାନ ବିପକ୍ଷରେ ୭୭ ରନର ଚମତ୍କାର ଇନିଂସ ଖେଳି ଭାରତ ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ଜାତୀୟ ଦଳକୁ ପ୍ରତ୍ୟାବର୍ତନ କରିବା ପରେ ଈଶାନ ଜବରଦସ୍ତ ଫର୍ମରେ ଅଛନ୍ତି । ଈଶାନ ମଡେଲର ଅଦିତି ହ୍ୟୁଣ୍ଡାଇଙ୍କୁ ପ୍ରେମ କରୁଥିବା ଖବର ପ୍ରକାଶ ପାଇ ଆସୁଛି ।
ଜୟପୁରର ଅଦିତି ମଡେଲିଂ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଲେବେଲ ଅଦିତି ହ୍ୟୁଣ୍ଡାଇ ନାମକ ଏକ ଫ୍ୟାଶନ ବ୍ରାଣ୍ଡ ତାଙ୍କ ନାମରେ ରହିଛି । ତାଙ୍କ ବାପା ମଧ୍ୟ ଜଣେ ବଡ ବ୍ୟବସାୟୀ । ସେ ମଧ୍ୟ ବ୍ୟବସାୟ ଦୁନିଆରେ ନିଜକୁ ପ୍ରତିଷ୍ଠିତ କରିବା ଆରମ୍ଭ କରିଛନ୍ତି । ୨୦୧୭ରେ ଏଫବିବି କଲର୍ସ ଫେମିନା ମିସ ଇଣ୍ଡିଆ ରାଜସ୍ଥାନ ଓ ୨୦୧୮ରେ ମିସ ଡୀଭା ସୁପ୍ରୋନେଶନାଲ ଟାଇଟଲ ହାସଲ କରିଛନ୍ତି । ସୋସିଆଲ ମିଡିଆରେ ଅଦିତିଙ୍କ ୩ ଲକ୍ଷ ଫଲୋଅର୍ସ ରହିଛନ୍ତି ।