Latest Odisha News

ଈଶାନ, ହାର୍ଦ୍ଦିକଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ନୂଆଦିଲ୍ଲୀ: ଟି ୨୦ ବିଶ୍ୱକପ କ୍ରିକେଟରେ ଈଶାନ କିଶାନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୨୧୦ ରନର ବିଜୟ ଲକ୍ଷ୍ୟ ନାମ୍ବିଆ ସମ୍ମୁଖରେ ରଖିଛି । ଟସ ଜିତି ନାମ୍ବିଆ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲ । ଭାରତ ୨୦ ଓଭରରେ ୯ ୱିକେଟ ହରାଇ ୨୦୯ ରନ ସଂଗ୍ରହ କରିଥିଲା । ଈଶାନ ୨୪ ବଲରେ ୬୧ ରନ କରିଥିଲେ । ଏଥିରେ ୬ ଚୌକା ଓ ୫ଛକା ରହିଥିଲା । ହାର୍ଦ୍ଦିକ ୨୮ ବଲରେ ୫୨ ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୁ ସାମସନ ୨୨, ତିଳକ ବର୍ମା ୨୫, ସୂର୍ଯ୍ୟକୁମାର ଯାଦବ ୧୨ ଓ ଶିବମ ଦୁବେ ୨୩ ରନ କରିଥିଲେ ।

ଶେଷ ଭାଗରେ ଦ୍ରୁତ ରନ ସଂଗ୍ରହ କରିବା ଲକ୍ଷ୍ୟରେ ଭାରତ ୫ଟି ୱିକେଟ ୪ ରନ ମଧ୍ୟରେ ହରାଇ ଦେଇଥିଲା । ଗେରହାଡ ଇରାସମୁସ ଚମତ୍କାର ବୋଲିଂ ପ୍ରଦର୍ଶନ କରି ୫ଟି ୱିକେଟ ନେଇଥିଲେ । ଈଶାନ ବିଶ୍ୱକପରେ ଦ୍ରୁତ ଅଦ୍ଧଶତକ ହାସଲରେ ୪ର୍ଥ ସ୍ଥାନରେ ରହିଛନ୍ତି । ସେ ୨୦ ବଲରେ ଅର୍ଦ୍ଧଶତକ ମାରିଥିଲେ । ପାୱାର ପ୍ଲେରେ ଭାରତ ୧ ୱିକେଟ ବିନିମୟରେ ୮୬ ରନ କରିଥିଲା । ଯାହା ଓଭରାଲ ୪ର୍ଥ ଏବଂ ଭାରତର ସର୍ବୋଚ୍ଚ ପାୱାର ପ୍ଲେ ସ୍କୋର । ଭାରତ ପ୍ରଥମ ମ୍ୟାଚରେ ଆମେରିକାକୁ ପରାସ୍ତ କରିଥିଲା ।

Leave A Reply

Your email address will not be published.