Latest Odisha News

କପିଲ ଦେବଙ୍କ ରେକର୍ଡ ଭାଙ୍ଗିଲେ ଇଶାନ୍ତ ଶର୍ମା

ଇଂଲଣ୍ଡ: କିମ୍ୱଦନ୍ତୀ କ୍ରିକେଟର କପିଲ ଦେବଙ୍କ ରେକର୍ଡ ଭାଙ୍ଗିଲେ ଫାଷ୍ଟ ବୋଲକର ଇଶାନ୍ତ ଶର୍ମା । ଇଂଲଣ୍ଡ ମାଟିରେ ସର୍ବାଧିକ ଓ୍ୱିକେଟ ନେବାରେ ଭାରତୀୟ ବୋଲର ହୋଇଛନ୍ତି ଇଶାନ୍ତ । ପୂର୍ବରୁ ଏହି ରେକର୍ଡ କପିଲ ଦେବଙ୍କ ନାଁରେ ଥିଲା । ଇଶାନ୍ତ ଇଂଲଣ୍ଡ ମାଟିରେ ଭାରତୀୟ ଭାବରେ ସର୍ବାଧିକ ୪୪ ଓ୍ୱିକେଟ ଅକ୍ତିଆର କରିଛନ୍ତି । ଓ୍ୱାଲର୍ଡ ଟେଷ୍ଟ ଚାମ୍ପିଅନସିପରେ ହାସଲ କରିଛନ୍ତି ଏହି ସଫଳତା ।

BjdElectrycity

ପୂର୍ବରୁ କପିଲ ଦେବ ଇଂଲଣ୍ଡ ମାଟିରେ ସର୍ବାଧିକ ୪୩ଟି ଓ୍ୱିକେଟ ନେଇଥିଲେ । ଇଂଲଣ୍ଡ ମାଟିରେ ଇଶାନ୍ତ ୧୩ଟି ଟେଷ୍ଟ ଖେଳିଛନ୍ତି । ସେହିପରି ଇଂଲଣ୍ଡ ମାଟିରେ ସର୍ବାଧିକ ଟେଷ୍ଟ ଓ୍ୱିକେଟ ହାସଲ କରିବାରେ ତୃତୀୟ ସ୍ଥାନରେ ଅଛନ୍ତି ଅନୀଲ କୁମ୍ୱଲେ । ସେ ୧୦ଟି ଟେଷ୍ଟ ଖେଳି ୩୬ ଓ୍ୱିକେଟ ନେଇଛନ୍ତି । ବିଶନ ସିଂହ ବେଦୀ ୩୫ ଓ୍ୱିକେଟ ସହ ଚତୁର୍ଥ ଓ ଜାହିର ଖାନ ଇଂଲଣ୍ଡ ମାଟିରେ ୩୧ ଓ୍ୱିକେଟ ହାସଲ କରିଛନ୍ତି ।

Leave A Reply

Your email address will not be published.