Latest Odisha News

BREAKING NEWS

ଜଜ୍‌ଙ୍କ ଜାଲ ଦସ୍ତଖତ କରି ଅଭିଯୁକ୍ତକୁ ବେଲ୍‌ ଦେବା ଘଟଣାରେ ଏଏସଆଇ ଗିରଫ

ବୁଗୁଡା : ଜଜଙ୍କ ଜାଲ ଦସ୍ତଖତ କରି ଅଭିଯୁକ୍ତକୁ ବେଲ୍‌ ଦେବା ଘଟଣାରେ ଏଏସଆଇଙ୍କୁ ଗିରଫ କରିଛି ବୁଗୁଡା ପୋଲିସ । ଗିରଫ ଏଏସ୍‌ଆଇଙ୍କ ନାଁ ସୂର୍ଯ୍ୟନାରାୟଣ ବେହେରା ।

ସୂଚନା ଅନୁଯୟୀ, କରଚୁଲି ଗାଁର ବିଜୟ ବେହେରା ଓରଫ ବାବୁଲି ନିଜ ପୁତୁରାକୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ଜାନୁଆରୀ ୩୧ ତାରିଖରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲା । ତାଙ୍କ ଝିଅ ବାହାଘର ଥିବାରୁ ଅନ୍ତରୀଣ ଜାମିନ ଆବେଦନ କରିଥିଲେ। ସର୍ତ୍ତମୂଳକ ଜାମିନ୍ ସୁପାରିଶ କରିଥିଲେ ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜର୍ଜ । ସର୍ତ୍ତମୂଳକ ଜାମିନ ଅନୁସାରେ ବିଜୟ ବୁଗୁଡ଼ା ଅଦାଲତରେ ଉପସ୍ଥିତ ହୋଇ ସେଠାରୁ ଜାମିନରେ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ୧୨ ତାରିଖରେ ବିଜୟ ବୁଗୁଡ଼ା କୋର୍ଟରୁ ଜାମିନରେ ଯିବାର ଥିଲାବେଳେ ସେଦିନ ବୁଗୁଡ଼ା କୋର୍ଟର ଜଜ ଛୁଟିରେ ଥିଲେ । ଦାୟିତ୍ୱରେ ଥିଲେ ଆସିକା ପ୍ରଥମ ଶ୍ରେଣୀ ବିଚାର ବିଭାଗ ଜଜ୍ ଶର୍ମିଷ୍ଠା ଜେନା। ତେବେ ବିଚାରପତି ସୋନାଲି ଅପରାଜିତା କିମ୍ବା ବିଚାରପତି ଶର୍ମିଷ୍ଠା ଜେନା ଉଭୟଙ୍କ ମଧ୍ୟରୁ କେହି ମଧ୍ୟ କାଗଜପତ୍ରରେ ଦସ୍ତଖତ କରି ନଥିବା ବେଳେ ଜାଲ ଦସ୍ତଖତ ବଳରେ ବିଜୟ ଜେଲରୁ ବାହାରି ନିଜ ଗାଁକୁ ଯାଇଥିଲେ ।

ବିଜୟଙ୍କ କେଶର କାଗଜପତ୍ର ବୁଗୁଡ଼ା କୋର୍ଟ ଏଏସ୍‌ଆଇ. ସୂର‌୍ୟ୍ୟନାରାୟଣ ବେହେରାଙ୍କ ହେପାଜତରେ ଥିବାରୁ ଜାଲ ଦସ୍ତଖତ କରି ତାଙ୍କୁ ଛଡାଯାଇଥିବା ବୁଗୁଡ଼ା ଥାନାରେ ଏତଲା ଦେଇଥିଲେ ଜଜ ସୋନାଲି ଅପରାଜିତା। ପୋଲିସ୍ କେଶ୍ ରୁଜୁ କରିବା ପରେ ଏ.ଏସ.ଆଇ. ସୂର‌୍ୟ୍ୟନାରାୟଣ ବେହେରାଙ୍କୁ ଭଞ୍ଜନଗର ଏସଡିପିଓ ଡାକି ପଚରା ଉଚରା କରିବା ପରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.