Latest Odisha News

ବାଂଲାଦେଶର ଭୟଙ୍କର ଷଡ଼ଯନ୍ତ୍ର, ପାକିସ୍ତାନ ସହ କରୁଛି ଡିଲ୍ !

ନୂଆଦିଲ୍ଲୀ: ବାଂଲାଦେଶ ଢାକାରେ ପାକିସ୍ତାନ ISI ପ୍ରତିନିଧି ମଣ୍ଡଳୀ । ISI ଆନାଲିସିସ୍ ବିଭାଗର ମହାନିର୍ଦ୍ଦେଶକ ମେଜର୍ ଜେନେରାଲ୍ ସାହିଦ୍ ଆମୀର୍ ଅଫସାରଙ୍କ ନେତୃତ୍ବରେ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଏକ ପ୍ରତିନିଧି ମଣ୍ଡଳୀ ଢାକା ଆସିଛି । କିଛିଦିନ ତଳେ ରାୱଲପିଣ୍ଡି ଯାଇଥିଲା ବାଂଲାଦେଶ ସେନାର ଏକ ପ୍ରତିନିଧି ମଣ୍ଡଳୀ ।

ସେତେବେଳେ ପାକିସ୍ତାନ ସେନା, ବାୟୁସେନା ଏବଂ ନୌସେନା ସହ ବିଭିନ୍ନ ଦ୍ବିପାକ୍ଷିକ ସାମରିକ ପ୍ରସଙ୍ଗରେ ଆଲୋଚନା କରିଥିଲା ବାଂଲାଦେଶ ସେନାର ପ୍ରତିନିଧି ମଣ୍ଡଳୀ । ଆଉ ଏବେ ପାକିସ୍ତାନର ISI ଟିମ୍ ଢାକା ଆସିଛି । ଏଭଳି ସ୍ଥିତିରେ ଭାରତର ଟେନସନ୍ ବଢ଼ି ଯାଇଛି । ଢାକା ଡେଭଲପମେଣ୍ଟ ଉପରେ ନିକଟରୁ ନଜର ରଖିଛି ନୂଆଦିଲ୍ଲୀ ।

ଜାନୁଆରି ୧୩ରୁ ୧୮ ତାରିଖ ଯାଏଁ ରାୱଲପିଣ୍ଡିରେ ଥିଲା ବାଂଲାଦେଶ ସେନାର ପ୍ରତିନିଧି ମଣ୍ଡଳୀ । ବାଂଲାଦେଶ ସେନାର ପ୍ରିନ୍‌ସପାଲ୍ ଷ୍ଟାଫ୍ ଅଫିସର ଲେଫ୍ଟନାଣ୍ଟ ଜେନେରାଲ୍ ଏସ୍. କେ. କମରୁଲ୍ ହାସନଙ୍କ ନେତୃତ୍ବରେ ଏହି ଟିମ୍ ଯାଇଥିଲା । ପାକିସ୍ତାନ ସେନା ମୁଖ୍ୟ ଜେନେରାଲ୍ ଅସିମ୍ ମୁନିରଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ଲେଫ୍ଟନାଣ୍ଟ ଜେନେରାଲ୍ ଏସ୍. କେ. କମରୁଲ୍ ହାସନ୍ ।

Comments are closed.