Latest Odisha News

ଭାରତ ବିପକ୍ଷରେ କୀର୍ତିମାନ ସ୍ଥାପନ କଲେ ବଟଲର

ଚେନ୍ନାଇ: ଇଂଲଣ୍ଡ କ୍ରିକେଟ ଟିମର ଅଧିନାୟକ ଜୋସ ବଟଲର ଭାରତ ବିପକ୍ଷରେ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ଆନ୍ତର୍ଜାତୀୟ ଟି୨୦ ମୁକାବିଲାରେ ସେ ପ୍ରଥମ ଖେଳାଳି ଭାବେ ଭାରତ ବିରୋଧରେ ୬୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି । ବଟଲର ଭାରତ ବିପକ୍ଷ ଚଳିତ ସିରିଜରେ ୬୮ ଓ ୪୫ ରନ କରିଛନ୍ତି । ବଟଲର ଭାରତ ବିପକ୍ଷରେ ୬୦୪ ରନ କରି ସର୍ବାଧିକ ରନ ହାସଲରେ ପ୍ରଥମ ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ନିକୋଲସ ପୂରନ(୫୯୨), ଗ୍ଲେନ ମ୍ୟାକ୍ସୱେଲ(୫୭୪), ଡେଭିଡ ମିଲର(୫୨୪) ଓ ଆରୋନ ଫିଂଚ(୫୦୦) ରନ ସଂଗ୍ରହ କରିଛନ୍ତି ।

ବଟଲର ଆନ୍ତର୍ଜାତୀୟ ଟି୨୦ରେ ୧୫୦ ଛକା ମାରିଛନ୍ତି । ସେ ଇଂଲଣ୍ଡର ପ୍ରଥମ ଖେଳାଳି ଭାବେ ଏହି ସଫଳତା ହାସଲ କରିଛନ୍ତି । ଟି୨୦ରେ ସର୍ବାଧିକ ଛକା ମାରିବା ରେକର୍ଡ ଏବେ ବି ଭାରତର ରୋହିତ ଶର୍ମାଙ୍କ ନାମରେ ରହିଛି । ସେ ୨୦୦ ଛକା ମାରିଛନ୍ତି । ୨୦୧୧ରେ ବଟଲର ଇଂଲଣ୍ଡ ପକ୍ଷରୁ ଆନ୍ତର୍ଜାତୀୟ ଟି୨୦ରେ ପଦାର୍ପଣ କରିଥିଲେ । ଗୋଟିଏ ଶତକ ଓ ୨୬ ଅର୍ଦ୍ଧଶତକ ସହ ସେ ୩୫୦୨ ରନ କରିଛନ୍ତି ।

Comments are closed.