Latest Odisha News

BREAKING NEWS

ସଫା ହେଲା ଆଇଏସଆଇଏସ ମୁଖ୍ୟ ଅବୁ ହାସନ

ଦୁବାଇ: ସୁରକ୍ଷାକର୍ମୀଙ୍କ ଗୁଳିରେ ସଫା ହୋଇଛି ଆଇଏସଆଇଏସ ମୁଖ୍ୟ ଅବୁ ହାସନ ଅଲ ହାଶିମ ଅଲ କ୍ୟୁରେଶୀ । ଆତଙ୍କବାଦୀ ସଂଗଠନ ପକ୍ଷରୁ ମଧ୍ୟ ଏହା ସ୍ପଷ୍ଟ କରାଯାଇଛି । ଆଇଏସଆଇଏସ ନୂତନ ମୂଖ୍ୟ ଭାବେ ଅବୁ ଅଲ ହୁସେନ ଅଲ ହୁସେନ ଅଲ କ୍ୟୁରେଶୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ତେବେ ସେ କିପରି ନିହତ ହେଲେ ତାହା ଆଇଏସଆଇଏସ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ । ଚଳିତ ବର୍ଷ ଆରମ୍ଭରେ ଆମେରିକା ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ଆବୁ ଇବ୍ରାହିମ ଅଲ କ୍ୟୁରେଶୀ ମଧ୍ୟ ନିହତ ହୋଇଥିଲା ।

ତାଙ୍କ ପରେ ଅବୁ ହାସନ ସଂଗଠନର ମୂଖିଆ ହୋଇଥିଲା । ଏବେ ସେ ମଧ୍ୟ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛି । ୨୦୧୯ ପରଠାରୁ ଆଇଏସଆଇଏସର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ଏହି ଆତଙ୍କବାଦୀ ଗୋଷ୍ଠୀ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି । ୨୦୧୯ରେ ଅବୁ ବକର ଅଲ ବାଗଦାଦି ମଧ୍ୟ ନିହତ ହୋଇଥିଲା ।

Leave A Reply

Your email address will not be published.