Latest Odisha News

BREAKING NEWS

ଟେରର ଫଣ୍ଡିଂ ମାମଲାରେ ଜାମ୍ମୁ-କାଶ୍ମୀରରେ ଏନଆଇଏର ଚଢ଼ାଉ

ନୂଆଦିଲ୍ଲୀ : ଟେରର ଫଣ୍ଡିଂ ମାମଲାରେ ଜାମ୍ମୁ-କାଶ୍ମୀରରେ ଏନଆଇଏର ଚଢ଼ାଉ । ଅନନ୍ତନାଗ ଓ ଶ୍ରୀନଗରରେ ଚଢାଉ କରି ୬ ଜଣଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ । ଅନନ୍ତନାଗ ଜିଲ୍ଲାରୁ ୫ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ଶ୍ରୀନଗରରୁ ଜଣଙ୍କୁ ସନ୍ଦେହରେ ଗିରଫ କରାଯାଇଛି । ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ସହ ସମ୍ପୃକ୍ତି ଅଭିଯୋଗରେ ଏନଆଇଏ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଗିରଫ ସନ୍ଦିଗ୍ଧ ବ୍ୟକ୍ତିମାନେ ଆତଙ୍କବାଦୀ ପ୍ରଶିକ୍ଷଣ ପାଇଁ ଆଫଗାନିସ୍ତାନ ଯିବାର ଯୋଜନା ରହିଥିଲା ।

ସେହିପରି ଦାରୁଲ ଅଲୁମ ଇନଷ୍ଟିଚ୍ୟୁଟରେ ବି ଏନଆଇଏ ପକ୍ଷରୁ ଚଢ଼ାଉ କରାଯାଇଛି । ଯାଞ୍ଚ ଏଜେନ୍ସି ପକ୍ଷରୁ ଲାପଟପ ସମେତ କିଛି କାଗଜପତ୍ର ଜବତ କରାଯାଇଛି । ଦାରୁଲ ଅମୁଲ ଇନଷ୍ଟିଚ୍ୟୁଟର ଚେୟାରମ୍ୟାନଙ୍କୁ ମଧ୍ୟ ଏଜେନ୍ସି ହେପାଜତକୁ ନେଇ ପଚରାଉଚରା କରୁଛି । ଆଇଏସଆଇଏସର ଟେରର୍ ମାଗାଜିନରେ ଛପା ଯାଇଥିବା ତଥ୍ୟ ଆଧାରରେ ଏନଆଇଏ ଏହି ଚଢ଼ାଉ କରିଥିଲା । ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ ଏହି ମାଗାଜିନରେ ଭାରତ, ବାଂଲାଦେଶ, ଶ୍ରୀଲଙ୍କା ଓ ମାଳଦ୍ବୀପ ବାବଦରେ ଉଲ୍ଲେଖ ରହିଛି । ଏହି ମାଗାଜିନ ଆଫଗାନିସ୍ଥାନରେ ଛପା ଯାଉଥିଲା । ହେଲେ ଏବେ ଦିଲ୍ଲୀ ଓ ଜମ୍ମୁ-କାଶ୍ମୀରରେ ଏହା ଛପାଯାଉଛି । ଗତକାଲି ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦେବା ଅଭିଯୋଗରେ ଜାମ୍ମୁ କାଶ୍ମୀରର ୧୧ ଜଣ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ ଜଣ ଅନନ୍ତନାଗ ଜିଲ୍ଲାର ହୋଇଥିବା ବେଳେ, ୩ ଜଣ ବଡ଼ଗାମ ଜିଲ୍ଲାର ଓ ଅନ୍ୟ ୪ ଜଣ ଶ୍ରୀନଗର, ବାରାମୂଳା, ପୁଲଓ୍ବାମା ଓ କୁପଓ୍ବାଡା ଜିଲ୍ଲାର ବୋଲି ଜଣାପଡିଛି ।

Comments are closed.