Latest Odisha News

BREAKING NEWS

କେରଳ ଓ କର୍ଣ୍ଣାଟକରେ ଲୁଚି ରହିଛନ୍ତି ଆଇଏସ୍‌ଆଇଏସ୍ ଆତଙ୍କବାଦୀ !

ନୂଆଦିଲ୍ଲୀ: ସାରାଦେଶ ଏବେ କରୋନାକୁ ନେଇ ଚିନ୍ତାରେ ଅଛି । ଏହି ସମୟରେ ଆଉ ଏକ ବିଚଳିତ କରିଦେଲା ଭଳି ଖବର ଆସିଛି ।

କେରଳ ଓ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟାରେ ଆଇଏସ୍‌ଆଇଏସ୍ ଆତଙ୍କବାଦୀ ଲୁଚି ରହିଥିବା ନେଇ ମିଳିତ ଜାତିସଂଘ ଭାରତକୁ ସତର୍କ କରାଇଛି । ଇକୋନୋମିକ ଟାଇମସର ରିପୋର୍ଟ ଅନୁଯାୟୀ, ‘ଭାରତ, ପାକିସ୍ତାନ, ବାଂଲାଦେଶ ଓ ମିଆଁମାରର ପ୍ରାୟ ୧୫୦ରୁ ୨୦୦ ଆତଙ୍କବାଦୀ ଅଲକାଏଦାରେ ଅଛନ୍ତି ଯିଏ କି କେଉଁ ସମୟରେ ବି ଯୋଜନା କରି ଆକ୍ରମଣ କରିପାରନ୍ତି । ’

ତାଲିବାନୀ ଆତଙ୍କବାଦୀ ଅଲକାଏଦାର ଆଉ ଏକ ସଂଗଠନ ଏକ୍ୟୁଆଇଏସ୍ ଭାରତରେ ତାର ପ୍ରଭାବ ବିସ୍ତାର କରିଛି । ଏହାର ମୁଖ୍ୟ ରହିଛି ଓସାମା ମେହମୁଦ । ଅସୀମ ଓମାର ପରେ ସେ ଦାୟିତ୍ୱ ନେଇଛି ।

୨୦୧୯ ମସିହା ମେ ୧୦ରେ ୧୮୦ରୁ ୨୦୦ ସଦସ୍ୟଙ୍କୁ ନେଇ ଆଇଏସଆଇଏସ ର ଭାରତ ଶାଖା ଆଇଏସ୍‌ଆଇଏଲ୍ ଭାରତ (ହିନ୍ଦ୍ ୱାଲିହା)ର ମଧ୍ୟ କିଛି ସଦସ୍ୟ କେରଳ ଓ କର୍ଣ୍ଣାଟକରେ ରହିଥିବା ସୂଚନା ମିଳିଛି । ହିନ୍ଦ ୱାଲିହାର ଅର୍ଥ ଭାରତର ଅଂଶ ।

ମିଳିତ ଜାତିସଂଘ ତରଫରୁ ଏହି ସୂଚନା ମିଳିବା ପରେ ଭାରତୀୟ ସୁରକ୍ଷା ଓ ଗୁଇନ୍ଦା ସଂସ୍ଥାଗୁଡିକ ମୁକାବିଲା ପାଇଁ ତତ୍ପର ହୋଇଛନ୍ତି।

Comments are closed.