ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ (ଖୋରାସନ) ଆଫଗାନିସ୍ତାନରେ ଥିବା ଭାରତ, ଇରାନ ଓ ଚୀନ ଦୂତାବସ ଉପରେ ଆକ୍ରମଣ କରିବା ନେଇ ଧମକ ଦେଇଛି । ଏହି ଆତଙ୍କବାଦୀ ସଂଗଠନ ତାଲିବାନ ଏବଂ ମିଳିତ ଜାତିସଂଘର ସଦସ୍ୟ ଦେଶ ମଧ୍ୟରେ ସର୍ମ୍ପକକୁ ଦୁର୍ବଳ କରିବା ପାଇଁ ସେମାନେ ଏହି ଷଡଯନ୍ତ୍ର ରଚିଥିବା ଅନୁମାନ କରାଯାଉଛି । ମିଳିତ ଜାତିସଂଘ ପକ୍ଷରୁ ଏ ନେଇ ମଧ୍ୟ ଚିନ୍ତା ବ୍ୟକ୍ତ କରାଯାଇଛି । ତାଲିବାନର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଆଇଏସଆଇଏଲ (ଖୋରାସନ) ଉଦ୍ୟମ ଆରମ୍ଭ କରିଛି ।
ଉପରୋକ୍ତ ଦୂତାବସର ଅଧିକାରୀମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ତାଲିବାନ ଆଫଗାନିସ୍ତାନକୁ ସୁରକ୍ଷା ଯୋଗାଇବାରେ ଅସମର୍ଥ ବୋଲି କହି ଏହି ସଂଗଠନ ସ୍ଥାନୀୟ ଲୋକଙ୍କୁ ଉସକାଉଛି । ଅପରପକ୍ଷରେ ତାଲିବାନକୁ ରୋକ କରିବା ପାଇଁ ପାକିସ୍ତାନ ଷଡଯନ୍ତ୍ର କରୁଥିବା ମଧ୍ୟ ଆଶଙ୍କା କରାଯାଉଛି ।
Comments are closed.