ନୂଆଦିଲ୍ଲୀ:ବିଜେପି ସାସଂଦ ମେନକା ଗାନ୍ଧୀ ଇଣ୍ଟରନାଶନାଲ ସୋସାଇଟି ଫଳ କୃଷ୍ଣା କନସସନେସ୍ (ଇସକନ) ଉପରେ ଜୋରଦାର ଚଢାଉ କରିଛନ୍ତି । ସେ ଇସ୍କାନକୁ ଦେଶର ସବୁଠାରୁ ବଡ ଧୋକ୍କାବାଜ ସଂଗଠନ ବୋଲି କହିଛନ୍ତି । ମେନକା ଗାନ୍ଧୀଙ୍କ ବୟାନର ରେକର୍ଡ ଭାଇରାଲ ହେବାରେ ଲାଗିଛି । ମେନକା ଅଭିଯୋଗ ଆଣିଛନ୍ତି, ଇସ୍କନ ନିଜ ଗୋଶାଳାର ଗାଈମାନଙ୍କୁ ମାଂସବେପାରୀମାନଙ୍କୁ ବିକ୍ରି କରୁଛି । ଏ ନେଇ ଅବଶ୍ୟ ଇସ୍କନ ପକ୍ଷରୁ ବି ଜବାବ ରଖାଯାଇଛି ।
ତେବେ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ଭାରତରେ ଏହି ସମୟରେ ସବୁଠାରୁ ଧୋକାବାଜ ସଂସ୍ଥା ହେଉଛି ଇସ୍କନ । ଏମାନେ ଗୋଶାଳାମାନ ସ୍ଥାପନ କରୁଛନ୍ତି । ଏହାକୁ ଚଳାଇବା ପାଇଁ ସରକାରଙ୍କ ପକ୍ଷରୁ ଅପର୍ଯ୍ୟାପ୍ତ ସୁବିଧା ନେଉଛନ୍ତି । ଏଥିପାଇଁ ସେମାନଙ୍କୁ ବଡ ଜାଗା ଯୋଗାଇ ଦିଆଯାଉଛି । ମେନକା ଗାନ୍ଧୀ କହିଛନ୍ତି, ସେ ଅନନ୍ତପୁର ଗୋଶାଳା ପରିଦର୍ଶନରେ ଯାଇଥିଲେ । ସେଠାରେ ଗୋଟିଏ ବି ଗାଈଙ୍କୁ ଖୁସିରେ ଥିବା ଦେଖିଲି ନାହିଁ । ଗୋଟିଏ ବି ବାଛୁରୀ ନାହିଁ । ଅର୍ଥାତ ଏମାନଙ୍କୁ ବିକ୍ରି କରି ଦିଆ ଯାଉଛି । ଇସ୍କନ ତାର ସବୁ ଗାଈଙ୍କୁ ବେପାରୀଙ୍କୁ ବିକ୍ରି କରି ଦେଉଛି ।
ମେନକାଙ୍କର ଏପରି ଅଭିଯୋଗ ପରେ ମତ ରଖିଛନ୍ତି ଇସ୍କନ କର୍ତ୍ତୃପକ୍ଷ । ବିଜେପି ସାସଂଦଙ୍କର ଏପରି ଅଭିଯୋଗକୁ ସେ ମିଛ ଏବଂ ଉଦ୍ଦେଶ୍ୟପ୍ରଣୋଦିତ ବୋଲି କହିଛନ୍ତି । ଇସ୍କନର ପ୍ରବକ୍ତା ଯୁଧିଷ୍ଠିର ଗୋବିନ୍ଦା ଦାସ ସେସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ‘କେବଳ ଭାରତ ନୁହେଁ, ସାରା ବିଶ୍ୱରେ ଇସ୍କନ ଗାଈ ଏବଂ ବଳଦଙ୍କ ସୁରକ୍ଷା ଏବଂ ଦେଖାରଖା କରିବାରେ ସବୁଠାରୁ ଆଗରେ ଅଛନ୍ତି । ଆମର ଏଠାରେ ଗାଈ ଏବଂ ବଳଦଙ୍କୁ ଜୀବନବ୍ୟାପୀ ସେବା କରାଯାଏ । ବିଜେପି ସାସଂଦ ଯେପରି ଅଭିଯୋଗ ଆଣିଛନ୍ତି ସେପରି ଗାଈବଳଦଙ୍କୁ କୌଣସି ବେପାରୀମାନଙ୍କୁ ବିକ୍ରି କରାଯାଏ ନାହିଁ ।’
ମନ୍ଦିର ପ୍ରଶାସନ ପୁଣି ଏକ ବୟାନ ଜାରି କରି କହିଛି, ‘ଇସ୍କନ ବିଶ୍ୱର ଅନେକ ସ୍ଥାନରେ ଗାଈଙ୍କ ସୁରକ୍ଷା ଦାୟିତ୍ୱ ନେଇଛି । ବିଶେଷ କରି ଯେଉଁଠି ଗୋମାଂସ ମୁଖ୍ୟ ଭୋଜନ ସେଠାରେ ମଧ୍ୟ ଗାଈଙ୍କୁ ସୁରକ୍ଷା ଯୋଗାଇ ଆସିଛି ଇସ୍କନ । ଭାରତରେ ଇସ୍କନ ପକ୍ଷରୁ ୬୦ରୁ ଅଧିକ ଗୋଶାଳା ଚାଲୁଛି । ସାରା ଜୀବନ ଏଠାରେ ଗାଈମାନଙ୍କୁ ରଖାଯାଏ ଏବଂ ସେମାନଙ୍କର ଯତ୍ନ ନିଆଯାଏ ।’
Response to the unsubstantiated and false statements of Smt Maneka Gandhi.
ISKCON has been at the forefront of cow and bull protection and care not just in India but globally.
The cows and bulls are served for their life not sold to butchers as alleged. pic.twitter.com/GRLAe5B2n6
— Yudhistir Govinda Das (@yudhistirGD) September 26, 2023
Comments are closed.