Latest Odisha News

ଇସ୍କନକୁ ‘ଧୋକାବାଜ ’ କହିଲେ ବିଜେପି ସାଂସଦ ମେନକା ଗାନ୍ଧୀ: ମନ୍ଦିର କର୍ତ୍ତୃପକ୍ଷ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ:ବିଜେପି ସାସଂଦ ମେନକା ଗାନ୍ଧୀ ଇଣ୍ଟରନାଶନାଲ ସୋସାଇଟି ଫଳ କୃଷ୍ଣା କନସସନେସ୍ (ଇସକନ) ଉପରେ ଜୋରଦାର ଚଢାଉ କରିଛନ୍ତି । ସେ ଇସ୍କାନକୁ ଦେଶର ସବୁଠାରୁ ବଡ ଧୋକ୍କାବାଜ ସଂଗଠନ ବୋଲି କହିଛନ୍ତି । ମେନକା ଗାନ୍ଧୀଙ୍କ ବୟାନର ରେକର୍ଡ ଭାଇରାଲ ହେବାରେ ଲାଗିଛି । ମେନକା ଅଭିଯୋଗ ଆଣିଛନ୍ତି, ଇସ୍କନ ନିଜ ଗୋଶାଳାର ଗାଈମାନଙ୍କୁ ମାଂସବେପାରୀମାନଙ୍କୁ ବିକ୍ରି କରୁଛି । ଏ ନେଇ ଅବଶ୍ୟ ଇସ୍କନ ପକ୍ଷରୁ ବି ଜବାବ ରଖାଯାଇଛି ।

ତେବେ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ଭାରତରେ ଏହି ସମୟରେ ସବୁଠାରୁ ଧୋକାବାଜ ସଂସ୍ଥା ହେଉଛି ଇସ୍କନ । ଏମାନେ ଗୋଶାଳାମାନ ସ୍ଥାପନ କରୁଛନ୍ତି । ଏହାକୁ ଚଳାଇବା ପାଇଁ ସରକାରଙ୍କ ପକ୍ଷରୁ ଅପର୍ଯ୍ୟାପ୍ତ ସୁବିଧା ନେଉଛନ୍ତି । ଏଥିପାଇଁ ସେମାନଙ୍କୁ ବଡ ଜାଗା ଯୋଗାଇ ଦିଆଯାଉଛି ।  ମେନକା ଗାନ୍ଧୀ କହିଛନ୍ତି, ସେ ଅନନ୍ତପୁର ଗୋଶାଳା ପରିଦର୍ଶନରେ ଯାଇଥିଲେ । ସେଠାରେ ଗୋଟିଏ ବି ଗାଈଙ୍କୁ ଖୁସିରେ ଥିବା ଦେଖିଲି ନାହିଁ । ଗୋଟିଏ ବି ବାଛୁରୀ ନାହିଁ । ଅର୍ଥାତ ଏମାନଙ୍କୁ ବିକ୍ରି କରି ଦିଆ ଯାଉଛି । ଇସ୍କନ ତାର ସବୁ ଗାଈଙ୍କୁ ବେପାରୀଙ୍କୁ ବିକ୍ରି କରି ଦେଉଛି ।

ମେନକାଙ୍କର ଏପରି ଅଭିଯୋଗ ପରେ ମତ ରଖିଛନ୍ତି ଇସ୍କନ କର୍ତ୍ତୃପକ୍ଷ । ବିଜେପି ସାସଂଦଙ୍କର ଏପରି ଅଭିଯୋଗକୁ ସେ ମିଛ ଏବଂ ଉଦ୍ଦେଶ୍ୟପ୍ରଣୋଦିତ ବୋଲି କହିଛନ୍ତି । ଇସ୍କନର ପ୍ରବକ୍ତା ଯୁଧିଷ୍ଠିର ଗୋବିନ୍ଦା ଦାସ ସେସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ‘କେବଳ ଭାରତ ନୁହେଁ, ସାରା ବିଶ୍ୱରେ ଇସ୍କନ ଗାଈ ଏବଂ ବଳଦଙ୍କ ସୁରକ୍ଷା ଏବଂ ଦେଖାରଖା କରିବାରେ ସବୁଠାରୁ ଆଗରେ ଅଛନ୍ତି । ଆମର ଏଠାରେ ଗାଈ ଏବଂ ବଳଦଙ୍କୁ ଜୀବନବ୍ୟାପୀ ସେବା କରାଯାଏ   । ବିଜେପି ସାସଂଦ ଯେପରି ଅଭିଯୋଗ ଆଣିଛନ୍ତି ସେପରି ଗାଈବଳଦଙ୍କୁ କୌଣସି ବେପାରୀମାନଙ୍କୁ ବିକ୍ରି କରାଯାଏ ନାହିଁ  ।’

ମନ୍ଦିର ପ୍ରଶାସନ ପୁଣି ଏକ ବୟାନ ଜାରି କରି କହିଛି, ‘ଇସ୍କନ ବିଶ୍ୱର ଅନେକ ସ୍ଥାନରେ ଗାଈଙ୍କ ସୁରକ୍ଷା ଦାୟିତ୍ୱ ନେଇଛି । ବିଶେଷ କରି ଯେଉଁଠି ଗୋମାଂସ ମୁଖ୍ୟ ଭୋଜନ ସେଠାରେ ମଧ୍ୟ ଗାଈଙ୍କୁ ସୁରକ୍ଷା ଯୋଗାଇ ଆସିଛି ଇସ୍କନ । ଭାରତରେ ଇସ୍କନ ପକ୍ଷରୁ ୬୦ରୁ ଅଧିକ ଗୋଶାଳା ଚାଲୁଛି । ସାରା ଜୀବନ ଏଠାରେ ଗାଈମାନଙ୍କୁ ରଖାଯାଏ ଏବଂ ସେମାନଙ୍କର ଯତ୍ନ ନିଆଯାଏ ।’

Leave A Reply

Your email address will not be published.