ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ରବିବାର ଖେଳା ଯାଇଥିବା ଇଣ୍ଡିଆନ ସୁପର ଲିଗ ଫୁଟବଲର ଏକ ମ୍ୟାଚରେ ଓଡିଶା ଏଫସି ସହଜରେ ବେଙ୍ଗାଲୁର ଏଫସିକୁ ପରାସ୍ତ କରିଛି । ଘରୋଇ ଦର୍ଶକଙ୍କ ଉପସ୍ଥିତିରେ ଓଡିଶା ଏହି ମ୍ୟାଚକୁ ୪-୨ ଗୋଲରେ ଜିତି ନେଇଥିଲା । ଘରୋଇ ଦଳ ପକ୍ଷରୁ ଷ୍ଟାର ଖେଳାଳି ଡିଏଗୋ ମୌରିସିଓ ୨ଟି ଗୋଲ ସ୍କୋର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜେରୀ ମାହିଙ୍ଗାଥାଙ୍ଗା, ମୋର୍ତାଦା ଫଲ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ ।
ଅଭିଜ୍ଞ ଖେଳାଳି ସୁନୀଲ ଛେତ୍ରୀ ଏବଂ ଇଡଗାର ମେଣ୍ଡେଜ ବେଙ୍ଗାଲୁର ପକ୍ଷରୁ ଗୋଲ ସ୍କୋର କରିଥିଲେ । ଏହି ବିଜୟ ସହ ଓଡିଶା ଏଫସି ୧୦ ମ୍ୟାଚରୁ ୧୫ ପଂଏଟ ହାସଲ କରି ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ବେଙ୍ଗାଲୁର ୧୦ ମ୍ୟାଚରୁ ୨୦ ପଂଏଟ ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ମୋହନ ବାଗାନ ୯ ମ୍ୟାଚରୁ ୨୦ ପଂଏଟ ପାଇ ଶୀର୍ଷ ସ୍ଥାନରେ ରହିଛି । ଡିସେମ୍ବର ୫ରେ ମୁମ୍ବାଇ ସିଟି ଏଫସି ଓ ଓଡିଶା ଏଫସି ମଧ୍ୟରେ ମୁକାବିଲା ହେବ ।