Latest Odisha News

BREAKING NEWS

ଇସ୍ରାଏଲ-ୟୁଏଇ ମଧ୍ୟରେ ଐତିହାସିକ ଚୁକ୍ତି

ତେଲ ଅବିବ: ଇସ୍ରାଏଲ ଶୁକ୍ରବାର ୟୁଏଇ ସହ ଐତିହାସିକ ଚୁକ୍ତି କରିଛି । ୭୨ ବର୍ଷ ପରେ ଇସ୍ରାଏଲ କୌଣସି ଏକ ଆରବ ଦେଶ ସହ ଏ ଭଳି ଚୁକ୍ତି କରିଛି । ପୂର୍ବରୁ ଜୋର୍ଡାଦ ଓ ମିଶର ସହିତ ଚୁକ୍ତ୍‌ି କରିଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତ୍ୟାନେହୁ ଓ ୟୁଏଇ ପ୍ରିନ୍ସ ଶେଖ ଜାୟଦ ସହ ମଧ୍ୟ କଥା ହୋଇଛନ୍ତି । ଏହି ଶାନ୍ତି ଚୁକ୍ତି ଅନୁସାରେ ଇସ୍ରାଏଲ ୱେଷ୍ଟ ବ୍ୟାଙ୍କରେ କବଜା କରିବ ନାହିଁ ବୋଲି ଘୋଷଣା କରିଛି ।

ଏହା ଫଳରେ ଉଭୟ ଦେଶ ମଧ୍ୟରେ ଶାନ୍ତି ପରିବେଶ ସୃଷ୍ଟି ହେବ ବୋଲି ଆଶା କରାଯାଉଛି । ଏହି ଚୁକ୍ତି ନେଇ ଆମେରିକା ମଧ୍ୟସ୍ଥତା କାମ କରିଥିଲା । ତେବେ ଇସ୍ରାଏଲର ବିରୋଧୀ ଫିଲିସ୍ତିନ ଏହାକୁ ବିରୋଧ କରିଥିଲେ ମଧ୍ୟ ଫାଇଦା କିଛି ହୋଇ ନ ଥିଲା ।

Leave A Reply

Your email address will not be published.