ନୂଆଦିଲ୍ଲୀ: ପାଲେଷ୍ଟାଇନ ଆତଙ୍କୀ ଅତର୍କିତ ଇସ୍ରାଏଲ ଉପରେ ଆକ୍ରମଣ କରିବା ଏବଂ ୫୦୦ରୁ ଅଧିକ ରକେଟ ମାଡ କରିବା ଘଟଣାର ପ୍ରାୟ ଏକମାସ ପରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ସୋମବାର ଦାବି କରିଛନ୍ତି, ହମାସ ଗାଜା ଉପରୁ ସମସ୍ତ ନିୟନ୍ତ୍ରଣ ହରାଇଛି ।
ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ହମାସ ଗାଜ ଉପରେ ନିୟନ୍ତ୍ରଣ ହରାଇଛି । ହମାସ ଆତଙ୍କୀ ଏବେ ଦକ୍ଷିଣ ଗାଜାକୁ ପଳାଉଛନ୍ତି । ସାଧାରଣ ନାଗରିକ ହମାସର ଆଡ୍ଡାସ୍ଥଳୀ ଲୁଟୁଛନ୍ତି ।
ଅକ୍ଟୋବର ୭ ତାରିଖରେ ହମାସ ଆତଙ୍କୀ ଇସ୍ରାଏଲ ସୀମାରେ ଅନୁପ୍ରବେଶ କରିବା ପରେ ଆରମ୍ଭ ହୋଇଥିଲା ଗାଜା ଉପରେ ଆକ୍ରମଣ । ହମାସ ଆକ୍ରମଣରେ ପ୍ରାୟ ୧୨୦୦ ଇସ୍ରାଏଲି ପ୍ରାଣ ହରାଇଛନ୍ତି । ୨୪୦ ଜଣଙ୍କୁ ବନ୍ଧକ ରଖିଛି ହମାସ ।
ସେପଟେ ହମାସ ଦ୍ୱାରା ପରିଚାଳିତ ଗାଜା ପଟ୍ଟିର ଉପ ସ୍ୱାସ୍ଥ୍ୟମନ୍ତ୍ରୀ ୟୁସୁଫ ଅବୁ ରିଶ କହିଛନ୍ତି, ବିଦ୍ୟୁତ ସରବରାହନ ଥିବା କାରଣରୁ ଉତ୍ତରରେ ଥିବା ସମସ୍ତ ଡାକ୍ତରଖାନାରେ ସେବା ବ୍ୟାହତ ହୋଇଛି । ଗାଜାର ସବୁଠାରୁ ବଡ ଡାକ୍ତରଖାନାରେ ୨ ଦିନରେ ୭ଜଣ ନବଜାତକଙ୍କର ମୃତ୍ୟୁ ଘଟିଲାଣି । ୨୭ ରୋଗୀଙ୍କର ମୃତ୍ୟୁ ଘଟିଲାଣି ।
ଗାଜା ଏବେ ସମ୍ପୂର୍ଣ୍ଣ ଭାବେ ଇସ୍ରାଏଲ ଅଧୀନରେ ରହିଛି । ଏଠାରେ ଖାଦ୍ୟ, ଇନ୍ଧନ ଏବଂ ଅନ୍ୟ ବ୍ୟବସ୍ଥାର ଘୋର ଅଭାବ ଦେଖାଦେଇଛି । ପାଲେଷ୍ଟାଇନ ପଧାନମନ୍ତ୍ରୀ ମହମ୍ମଦ ଶତୟେହ ସୋମବାର ୟୁରୋପୀୟ ସଂଘ ଏବଂ ଜାତିସଂଘକୁ ଗାଜାରେ ପାରାଚୁଟ ସହାୟତା ଯୋଗାଇ ଦେବାପାଇଁ ଆହ୍ୱାନ ଦେଇଥିଲେ ।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଆମରିକା ମିଡିଆକୁ ସୂଚନା ଦେଇ କହିଛନ୍ତି, ହମାସ ଦ୍ୱାରା ବନ୍ଧକ ଲୋକଙ୍କୁ ମୁକ୍ତ କରିବା ପାଇଁ କିଛି ବୁଝାମଣା କରଯାଇ ପାରେ । କିନ୍ତୁ ଏଥିରେ ବିଫଳ ହେବାର ଆଶଙ୍କା ଥିବାରୁ ସେ ଏହାର ଏହାର ବିବରଣୀ ଦେବାକୁ ମନା କରିଛନ୍ତି ।
BREAKING NEWS
- ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ବାଂଲାଦେଶ କ୍ରିକେଟର ଆତ୍ମଘାତୀ ପଦକ୍ଷେପ
- UP To Blackout: ଆଜି ସନ୍ଧ୍ୟା ୬ଟାରେ ପୁରା ଅନ୍ଧାର ହୋଇଯିବ ଉତ୍ତର ପ୍ରଦେଶ, ଏମିତି କ’ଣ କରିବାକୁ ଯାଉଛନ୍ତି ଯୋଗୀ ସରକାର?
- Vice President Arrives: ପହଞ୍ଚିଲେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍, କଟକ ଗସ୍ତ କରି ନେତାଜୀଙ୍କୁ ଅର୍ପଣ କଲେ ଶ୍ରଦ୍ଧାଞ୍ଜଳି…
- ତାମିଲନାଡୁ ଗଡ ହାତେଇବାକୁ ଏନଡିଏର କସରତ, ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଲି ମେଣ୍ଟ…
- Robot Guinness World Record: ପାଦରେ ଚାଲି ଚାଲି ଗିନିଜ୍ ବିଶ୍ୱ ରେକର୍ଡ କଲା ରୋବୋଟ
- Manipur Violence: ମଣିପୁରରେ ପୁଣି ହିଂସା, NIAକୁ ମାମଲା ହସ୍ତାନ୍ତର କଲେ ରାଜ୍ୟପାଳ
- President Visit Odisha: ରାଷ୍ଟ୍ରପତିଙ୍କ ଗସ୍ତକୁ ତ୍ରୁଟି ଶୂନ୍ୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
- Rath Yatra: ରଥଖଳାରେ ପହଞ୍ଚିଲା କାଠ, ମାଘ ପଞ୍ଚମୀରେ ଅନୁକୂଳ ହେବ ରଥକାଠ
- Maoists Killed: ମାଓ ସଂଗଠନକୁ ପୁଣି ବଡ଼ ଝଟକା: ଏନକାଉଣ୍ଟରରେ ଟଳିଲେ ୧୫ ମାଓବାଦୀ
Comments are closed.