Latest Odisha News

BREAKING NEWS

ଲଶ୍କର ଇ ତୋଇବାକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଇସ୍ରାଏଲ

ତେଲ ଅଭୀଭ: ଇସ୍ରାଏଲ ଓ ହମାସ ଯୁଦ୍ଧ ୪୫ ଦିନରୁ ଊର୍ଦ୍ଧ୍ୱ ସମୟ ହୋଇଗଲାଣି । ଗାଜା ଉପରେ ଇସ୍ରାଏଲ ଆକ୍ରମଣ ଯୋଗୁ ଏହା ଏବେ ଧିରେ ଧିରେ ଶ୍ମଶାନରେ ପରିଣତ ହେବାରେ ଲାଗିଛି । ଇତି ମଧ୍ୟରେ ଭାରତରେ ୨୬ ନଭେମ୍ବର ୨୦୦୮ରେ ଲଶ୍ମର ଇ ତୋଇବା ଆତଙ୍କବାଦୀ ଆକ୍ରମଣ କରିଥିଲା । ୧୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀଙ୍କ ବୋମା ବିସ୍ଫୋରଣ ଓ ଗୁଳିମାଡରେ ମୁମ୍ବାଇ ରକ୍ତାକ୍ତ ହୋଇ ଯାଇଥିଲା । ଏହାର ୧୫ ବର୍ଷ ପୂର୍ତି ଅବସରରେ ଇସ୍ରାଏଲ ଲଶ୍କର ଇ ତୋଇବାକୁ ଆତଙ୍କବାଦୀ ତାଲିକାରେ ସାମିଲ କରିଛି । ମୁମ୍ବାଇ ଆକ୍ରମଣରେ ଇସ୍ରାଏଲ ନାଗରିକ ମଧ୍ୟ ମୃତ୍ୟୁବରଣ କରିଥିଲେ । ଏବେ ଲଶ୍କର ଇ ତୋଇବା ଅବୈଧ ଆତଙ୍କୀ ସଂଗଠନ ସୂଚୀରେ ସାମିଲ କରିଛିି ।

ଏଥିପାଇଁ ଆବଶ୍ୟକ ସମସ୍ତ କାଗଜପତ୍ର କାର‌୍ୟ୍ୟ ମଧ୍ୟ ଶେଷ କରାଯାଇଛଇ । ଆତଙ୍କବାଦୀ ଆକ୍ରମଣରେ ୧୬୬ ଲୋକ ମୃତ୍ୟୁବରଣ କରିଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଥିଲେ । ୯ ଆତଙ୍କବାଦୀ ପୋଲିସ ଗୁଳିରେ ଟଳିଥିଲେ । ଆତଙ୍କବାଦୀମାନେ ୟେହୁଦୀଙ୍କ ଉପାସନ ସ୍ଥଳ ନରୀମନ ହାଉସକୁ ମଧ୍ୟ ଟାର୍ଗେଟ କରିଥିଲେ । ୬ଜଣଙ୍କୁ ହତ୍ୟା ମଧ୍ୟ କରାଯାଇଥିଲା । ଇସ୍ରାଏଲ ଘୋଷଣା ପରେ ଏହି ଆତଙ୍କବାଦୀ ଗୋଷ୍ଠୀଙ୍କ ସମସ୍ୟା ବଢ଼ିବ ବୋଲି ଅନୁମାନ କରାଯାଉଛି ।

Comments are closed.