ଜେରଜୋଲମ: ହମାସ ଆତଙ୍କବାଦୀଙ୍କୁ ମାରିବା ପାଇଁ ଇସ୍ରାଏଲ ଏକ ସ୍ୱତନ୍ତ୍ର ଟିମ ଗଠନ କରିଛି । ଗୋଇନ୍ଦା ସଂସ୍ଥା ମୋସାଦ ଏହାକୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦେଇଛି । ନିଲି ନାମକ ଏହି ୟୁନିଟ ଆତଙ୍କବାଦୀଙ୍କୁ ଖୋଜିବେ ଓ ମାରିବେ । ଇସ୍ରାଏଲ ପକ୍ଷରୁ ସ୍ପଷ୍ଟ ଭାବେ ଏହି ୟୁନିଟକୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଭୁଲନି କିମ୍ବା କ୍ଷମା କରନି । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଏହି ନୂତନ ଇହୁଦୀ ଗୁପ୍ତଚର ସଂଗଠନ ନିଲି ନାମରେ ନାମିତ ହୋଇଥିଲା । ହମାସରେ ଆତଙ୍କବାଦ ଚଳାଉଥିବା ଏହି ଗୋଷ୍ଠୀର ବିଲାଲ ଅଲ କାଦରା, ଅଲୀ କାଦିଙ୍କ ପରି ଅନେକ ପ୍ରମୁଖ ଲିଡର ଇତି ମଧ୍ୟରେ ଇସ୍ରାଏଲ ଆକ୍ରମଣରେ ନିହତ ହୋଇଛନ୍ତି । ଇସ୍ରାଏଲ ସେନା ଗାଜାରେ ପ୍ରବେଶ ପାଇଁ ଅପେକ୍ଷା କରି ରହିଛି ।
ହମାସର ସମସ୍ତ ଆତଙ୍କବାଦୀ ମୃତ୍ୟୁବରଣ ନ କରିବା ପର୍ଯ୍ୟନ୍ତ ଏହି ଲଢେଇ ଜାରୀ ରହିବ ବୋଲି ଇସ୍ରାଏଲ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି । ଅପରପକ୍ଷରେ ଇସ୍ରାଏଲର ଦୃଷ୍ଟି ହଟେଇବା ପାଇଁ ଏବେ ଲେବାନନ ହିଜୁବୁଲ୍ଲା ଗୋଷ୍ଠୀ ଆକ୍ରମଣ କରିବା ଆରମ୍ଭ କରିଛି । ଆଇଡଇଏଫ ପକ୍ଷରୁ ଏହି ଯୁଦ୍ଧରେ ହସ୍ତକ୍ଷେପ ନ କରିବା ପାଇଁ ଚେତାଇ ଦିଆଯାଇଛି । ଲେବାନନ ସୀମାକୁ ଲାଗି ରହିଥିବା ଗ୍ରାମଗୁଡିକୁ ଇସ୍ରାଏଲ ପକ୍ଷରୁ ଖାଲି କରାଯାଇଛି ।
Comments are closed.