ନୂଆଦିଲ୍ଲୀ:ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । ଛାତି ଥରି ଗଲା ପରି ଦୃଶ୍ୟମାନ ସାମ୍ନାକୁ ଆସୁଛ । ଯୁଦ୍ଧ ଶେଷ ହେବାର କୌଣସି ଆଭାସ ମିଳୁନି । ଦିନକୁ ଦିନ ଭୟଙ୍କର ହେଉଛି ସ୍ଥିତି । ପାଲେଷ୍ଟାଇନ ଓ ଇସ୍ରାଏଲ କେହି କାହାକୁ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି । ୫ଦିନର ଯୁଦ୍ଧ ଭିତରେ ୨୧୦୦ ଲୋକଙ୍କ ଜୀବନ ଗଲାଣି । ହମାସ ଆତଙ୍କୀଙ୍କ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ । ଏବେ ସ୍ଥିତି ଆହୁରି ଖରାପ ଆଡକୁ ଯାଉଛି ।
ଆନ୍ତର୍ଜାତିକ ମିଡିଆ ରିପୋର୍ଟ ଅନୁସାରେ, ଯୁଦ୍ଧର ୫ମ ଦିନରେ ଉଭୟ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆହୁରି ଜୋରଦାର କରାଯାଇଛି । ଏହି ଆକ୍ରମଣରେ ଚରମପନ୍ଥୀ ହମାସର ଆକ୍ରମଣକାରୀ ଏବଂ ଇସ୍ରାଏଲ ସେନା ବହୁସଂଖ୍ୟାରେ ଜୀବନ ହାରିଛନ୍ତି ।
ଏପିର ରିପୋର୍ଟ ଅନୁସାରେ, ହମାସର ଆକ୍ରମଣର କଡା ଜବାବ ଦେଉଛନ୍ତି ଇସ୍ରାଏଲ ସେନା । ଇସ୍ରାଏଲ ପକ୍ଷରୁ ଗାଜା ପଟି ଉପରେ ଜୋରଦାର ଆକ୍ରମଣ କରାଯାଉଛି । ମଙ୍ଗଳବାର ରାତି ଏବଂ ବୁଧବାର ଗାଜାପଟି ଇଲାକାରେ ଆକଶମାର୍ଗରୁ ଲଗାତାର ଆକ୍ରମଣ ଚାଲିଛି । ଇସ୍ରାଏଲ ସେନାଙ୍କ କହିବା ଅନୁଯାୟୀ, ଗାଜା ସୀମାରେ ପାଖାପାଖି ୩୦୦,୦୦୦ ରିଜର୍ଭ ଫୋର୍ସ ସମେତ ବହୁ ସଂଖ୍ୟକ ସେନା ମୁତୟନ କରାଯାଇଛି । ହମାସକୁ କଡା ଜବାବ ଦେବାପାଇଁ ତଥା ପାଲଟା ଜବାବ ଦେବାଲାଗି ଇସ୍ରାଏଲ ଫୁଲଫର୍ମ ରଣନୀତି ପ୍ରସ୍ତୁତ କରିଛି ।
ମଙ୍ଗଳବାର ମିଳିଥିବା ସୂଚନା ଅନୁସାରେ, ମୃତ ବ୍ୟକ୍ତିଙ୍କ ମଧ୍ୟରେ ୨୬୦ ଶିଶୁ ଏବଂ ୨୩୦ ମହିଳା ଅଛନ୍ତି । ୮ଜଣଙ୍କର ପତ୍ରକାରଙ୍କର ମୃତ୍ୟୁ ଘଟିଛି ।
Comments are closed.