Latest Odisha News

BREAKING NEWS

ହମାସ କବଳରେ ପଡିବା ବଦଳରେ ଝିଅର ମୃତ୍ୟୁ ଖବର ଶୁଣି ଖୁସୀ ହେଲେ ଇସ୍ରାଏଲର ଜଣେ ହତଭାଗା ବାପା

ନୂଆଦିଲ୍ଲୀ: ବାପା ମାଆ ନିଜ ସନ୍ତାନକୁ ଜୀବନଠାରୁ ବଳି ଭଲ ପାଇଥାନ୍ତି । କେବେ ଆପଣ ଚିନ୍ତା କରିଛନ୍ତି କି ଜଣେ ବାପା ତାର ୮ ବର୍ଷୀୟ ଝିଅର ମୃତ୍ୟୁ ଖବର ଶୁଣି ଖୁସି ହେବ । ନାଁ…. । ଏହି ଘଟଣା ଇସ୍ରାଏଲରେ ଘଟିଛି । ହମାସ ଆତଙ୍କବାଦୀମାନେ ଇସ୍ରାଏଲ ସୀମାରେ ପ୍ରବେଶ କରି ରଚିଥିଲେ ନାରକୀୟ କାଣ୍ଡ । ଏଥିରେ ଅନେକ ମୃତ୍ୟୁବରଣ କରିଥିବା ବେଳେ ମାନବିକତାକୁ ଖଣ୍ଡ ବିଖଣ୍ଡ କରାଯାଇଥିବା ଅନେକ ଘଟଣା ସମ୍ମୁଖକୁ ଆସିଥିଲା । ଏହି ଦୁଃଖ ଖବର ଭିତରେ ଥମାସ ହେଡ ତାଙ୍କ ଝିଅର ମୃତ୍ୟୁ ଖବର ଶୁଣିଥିଲେ । ସେ ତାଙ୍କ ଭଗବାନଙ୍କୁ ଧନ୍ୟବାଦ ଜଣାଇବା ସହ ଖୁସୀ ହୋଇଥିଲେ । ମୋ ଝିଅ ପିଶାଚଙ୍କ କବଳରୁ ବଂଚି ଯାଇଛି । ମୃତ୍ୟୁଠାରୁ ବଡ ଆଉ କଣ ଆଶୀର୍ବାଦ ତାକୁ ମିଳିପାରେ ।

ଯଦି ଅପହରଣ କରି ନେଇଥାନ୍ତି ତେବେ ସେ ନର୍କ ଯନ୍ତ୍ରଣା ଭୋଗିଥାନ୍ତା । ଖାଇବା, ପିଇବାଠାରୁ ଆରମ୍ଭ କରି ଅନ୍ୟ ସବୁ ଘଟଣାରେ ସେ କଲବଲ ହୋଇଥାନ୍ତା । କିଛି ସମୟରେ ଥମାସ ତାଙ୍କ ଜକେଇ ଆସିଥିବା ଆଖିରୁ ଲୁହ ପୋଛିଥିଲେ । ବିଶିଷ୍ଠ ଲେଖକ ସୁନନ୍ଦା ବଶିଷ୍ଠ ଏହି ଭିଡିଓକୁ ଶେୟାର କରିଛନ୍ତି ଓ ଲେଖିଛନ୍ତି ୧୯ ଜାନୁୟାରୀ ୧୯୯୦ରେ ମୋ ଜେଜେ ବାପା ସମାନ କଥା ଚିନ୍ତା କରିଥିଲେ । ସେ ମୋତେ କହିଥିଲେ ଯେ, ଆତଙ୍କବାଦୀଙ୍କ କବଳରେ ପଡିବା ପୂର୍ବରୁ ମୁଁ ତୋତେ ମାରିଦେବି ।

Comments are closed.