Latest Odisha News

BREAKING NEWS

ଇସ୍ରାଏଲ-ହମାସ ଯୁଦ୍ଧ: ଆତଙ୍କୀଙ୍କୁ ଧୁଳି ଚଟାଉଛନ୍ତି ଦୁଇ ଗୁଜୁରାଟୀ ଝିଅ

ନୂଆଦିଲ୍ଲୀ: ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । ଆତଙ୍କୀ ବୁହାଉଛନ୍ତି ରକ୍ତର ନଦୀ। ଦିନକୁ ଦିନ ଭୟଙ୍କର ହେଉଛି ସ୍ଥିତି। ପାଲେଷ୍ଟାଇନ ଓ ଇସ୍ରାଏଲ କେହି କାହାକୁ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି। ୫ଦିନର ଯୁଦ୍ଧ ଭିତରେ ୨୩୦୦ ଲୋକଙ୍କ ଜୀବନ ଗଲାଣି। ସେଥିମଧ୍ୟରୁ ପ୍ରାୟ ୧,୨୦୦ ଇସ୍ରାଏଲ ବାସିନ୍ଦା। ଏଥି ସହିତ ପ୍ରାୟ ୧୧୦୦ ପାଲେଷ୍ଟାଇନୀୟ ମଧ୍ୟ ପ୍ରାଣ ହରାଇଛନ୍ତି।

ଏହି ଭୟଙ୍କର ସଂଘର୍ଷ ମଧ୍ୟରେ ଗୁଜୁରାତୀ ମୂଳର ଦୁଇଜଣ ମହିଳା ଏବେ ଚର୍ଚ୍ଚାର ଶୀର୍ଷ ବିନ୍ଦୁ ପାଲଟିଛନ୍ତି। କାରଣ ସେମାନେ ଇସ୍ରାଏଲ୍ ସେନାରେ କାର୍ଯ୍ୟ କରୁଥିବାବେଳେ ହାମାସ ଆତଙ୍କବାଦୀଙ୍କ ବିରୋଧରେ ଅସ୍ତ୍ର ଉଠାଇଛନ୍ତି। ଗୁଜୁରାଟର ଏହି ଉଭୟ ମହିଳା ଇସ୍ରାଏଲ୍ ସେନାରେ ଅଛନ୍ତି ଏବଂ ସେମାନଙ୍କର ଦାୟିତ୍ୱ ତୁଲାଉଛନ୍ତି।

ରିପୋର୍ଟ ଅନୁଯାୟୀ, ଜିଭାଭାଇ ମୁଲିୟାସିଆ ଏବଂ ସଭଦାସଭାଇଙ୍କ ମଧ୍ୟରେ ଭାଇ ସମ୍ପର୍କ ରହିଛି। ଏହି ମୁଲିୟାସିଆ ଜୁନାଗଡର ମନାଭଦାର ତାଲୁକର କୋଠାଡି ଗାଁର ବାସିନ୍ଦା। ବହୁ ବର୍ଷ ପୂର୍ବେ ତାଙ୍କ ପରିବାର ଇସ୍ରାଏଲରେ ଅବସ୍ଥାନ କରିଥିଲେ। ବର୍ତ୍ତମାନ ସେ ଇସ୍ରାଏଲର ରାଜଧାନୀ ତେଲ ଅଭିଭରେ ଏକ ତେଜରାତି ଦୋକାନ ଚଳାଉଛନ୍ତି।

ବର୍ତ୍ତମାନ, ତାଙ୍କ ଝଅ ନିଶା ମୁଲିୟାସିଆ ଏବଂ ରିୟା ମୁଲିୟାସିଆ ଇସ୍ରାଏଲ୍ ସେନାରେ ସେବା କରୁଛନ୍ତି। ଜିଭାଭାଇ କହିଛନ୍ତି ଯେ ତାଙ୍କ ଝିଅ ବାଧ୍ୟତାମୂଳକ ସାମରିକ ସେବା ବ୍ୟବସ୍ଥାରେ ସେନାରେ ଯୋଗ ଦେଇଛନ୍ତି। ଇସ୍ରାଏଲର ଶିକ୍ଷା ବ୍ୟବସ୍ଥା ପିଲାମାନଙ୍କରେ ନେତୃତ୍ୱ ଗୁଣକୁ ପ୍ରୋତ୍ସାହିତ କରିଥାଏ। ତାଙ୍କ ଝିଅ ନିଶାଙ୍କ ବିଷୟରେ ସେ କହିଛନ୍ତି, ‘ମୋର ଝିଅ ଗତ ଦୁଇ ବର୍ଷ ଧରି ଲେବନାନ୍, ସିରିଆ, ଜୋର୍ଡାନ ଏବଂ ଇଜିପ୍ଟ ସୀମାରେ ସେନା ଭାବେ କାମ କରୁଛି। ସମ୍ପ୍ରତି, ସେ ଗଶ ଡେନରେ ଯୁଦ୍ଧକ୍ଷେତ୍ରରେ ନିୟୋଜିତ ହୋଇଛି ଯେଉଁଠାରୁ ଇସ୍ରାଏଲ୍ ସୈନ୍ୟବାହିନୀ ଗାଜାରେ ହାମାସ ଉପରେ ଆକ୍ରମଣ କରୁଛନ୍ତି।”

ସୂଚନା ଥାଉକି ଯେ ଇସ୍ରାଏଲରେ ବହୁ ସଂଖ୍ୟକ ଗୁଜୁରାଟୀ ଲୋକ ବାସ କରନ୍ତି। ବ୍ୟବସାୟ, ଶିକ୍ଷା ଏବଂ ରୋଜଗାର ଭଳି ବିଭିନ୍ନ କାରଣରୁ ସେମାନେ ଇସ୍ରାଏଲକୁ ଯାଇ ବାସ କରୁଛନ୍ତି। ଇସ୍ରାଏଲରେ ଏକ ନିୟମ ଅଛି ଯେ ପୁରୁଷ, ମହିଳା ସମସ୍ତଙ୍କୁ ଅତି କମରେ ୨୪ ରୁ ୩୨ମାସ ପର୍ଯ୍ୟନ୍ତ ସେନାରେ ନିୟୋଜିତ ଦେବାକୁ ପଡିବ। ସୂଚନା ଅନୁସାରେ ତେଲ ଅଭିଭରେ ଥିବା ଭାରତୀୟ ଦୂତାବାସ ଅନୁଯାୟୀ ୧୮,୦୦୦ ଭାରତୀୟ ଇସ୍ରାଏଲରେ ବାସ କରୁଛନ୍ତି। ଇସ୍ରାଏଲରେ ଫସି ରହିଥିବା ଭାରତୀୟମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଭାରତ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଅପରେସନ୍ ଅଜୟ ଅଧୀନରେ ଭାରତରୁ ପ୍ରଥମ ବିମାନ ଆଜି ଇସ୍ରାଏଲ ଅଭିମୁଖେ ଯାତ୍ରା କରିବ।

Leave A Reply

Your email address will not be published.