Latest Odisha News

ଇସ୍ରାଏଲ ପାଖରେ କୋଭିଡ-୧୯ ଟୀକା !

ଜେରୁଜେଲମ: ସାରା ବିଶ୍ୱରେ କରୋନା ତାରା କାୟା ମେଲାଇଛି । ଏଯାଏଁ ଏହି ମହାମାରୀର କୌଣସି ଟୀକା ବାହାରି ନାହିଁ । ଟୀକା ପାଇଁ ସାରା ଦେଶର ବୈଜ୍ଞାନିକମାନେ ଲାଗିପଡିଛନ୍ତି । ସେମାନେ ଦିନ ରାତି ଏକ କାରିସାରିଲେଣି । ତେବେ ଏହାରି ଭିତରେ ଇସ୍ରାଏଲ କୋଭିଡ-୧୯ ଭୂତାଣୁର ଟୀକା ବାହାର କରିିଛି । ଏନେଇ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ନଫତାଲି ବେନେଟ ଦାବି କରିଛନ୍ତି ।

ଇସ୍ରାଏଲର ଏକ ଲାବରୋଟୋରୀ କରୋନା ଭାଇରସ ଟୀକା ବାହାର କରିବାରେ ସଫଳ ହୋଇଥିବା ଦାବି କରିଛି । ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ନାଫଟାଲୀ ବେନେଟ କହିଛନ୍ତି ଯେ ଇସ୍ରାଏଲ ଇନଷ୍ଟିଚ୍ୟୁଟ ଅଫ ବାୟୋଲୋଜିକାଲ ରିସର୍ଚ୍ଚ ଲାବରେ କରୋନା ଭାଇରସର ପ୍ରତିରୋଧ କରୁଥିବା ଆଣ୍ଟିବଡି ବିକଶିତ କରାଯାଇଛି । ଏହା କରୋନା ଭାଇରସର ଚିକିତ୍ସା ଦିଗରେ ଏକ ବଡ଼ ଭୂମିକା ଗ୍ରହଣ କରିବ। ଏହି ଭ୍ୟାକସିନ୍ ମୋନୋକ୍ଲୋନଲ ପ୍ରକ୍ରିୟାରେ କରୋନା ଭାଇରସ୍‌କୁ ଆକ୍ରମଣ କରି ଲୋକଙ୍କ ଶରୀର ଭିତରେ ଏହାକୁ ନଷ୍ଟ କରେ ବୋଲି ସେ କହିଛନ୍ତି ।

ଏହି ଆଣ୍ଟିବଡିର ବିକାଶ ପରେ ସୋମବାର ଦିନ ସେ ଇସ୍ରାଏଲ ଇନଷ୍ଟିଚ୍ୟୁଟ ଅଫ ବାୟୋଲୋଜିକାଲ ରିସର୍ଚ୍ଚ ଲାବକୁ ଯାଇ ତାହାର ତଦାରଖ କରିଥିଲେ । ଏହି ଲାବର ନିର୍ଦ୍ଦେଶକ ସାମୁଏଲ ସାପିରା କହିଛନ୍ତି ଯେ ଏହି ଜ୍ଞାନକୌଶଳର ପ୍ୟାଟେଣ୍ଟ କରାଯାଇଛି ଓ ଖୁବଶୀଘ୍ର ଏହାର ଉତ୍ପାଦନ ପାଇଁ ଏକ କମ୍ପାନିକୁ ଲାଇସେନ୍ସ ଦିଆଯିବ ।

Comments are closed.