Latest Odisha News

BREAKING NEWS

ପେଗାସସ ଜାସୁସୀ ମାମଲାର ନୂଆମୋଡ, ଫୋନ ହ୍ୟାକ ଘଟଣାରେ ଗଠନ ହେବ ତଦନ୍ତ କମିଶନ

ଜେରୁସେଲମ : ପେଗାସସ ଜାସୁସୀ ମାମଲାର ନୂଆମୋଡ । ବିଶ୍ବର ବହୁ ନେତା, ମନ୍ତ୍ରୀ, ରାଜନୀତିଜ୍ଞ, କୂଟନୀତିଜ୍ଞ, ମାନବାଧିକାର କର୍ମୀ, ବିଚାରପତିଙ୍କ ଫୋନ ହ୍ୟାକ ଘଟଣାରେ ଗଠନ ହେବ ତଦନ୍ତ କମିଶନ । ଏନେଇ ଘୋଷଣା କରିଛନ୍ତି ଇସ୍ରାଏଲ ସରକାର । ଏପରିକି ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କିଛି ସହଯୋଗୀଙ୍କ ଫୋନ ବି ହ୍ୟାକ ହୋଇଥିବା ନେଇ ଆସିଥିଲା ଅଭିଯୋଗ ।

ପେଗାସସ ମାମଲା ନେଇ ଇସ୍ରାଏଲ ରାଷ୍ଟ୍ରପତି, କିଛି କ୍ୟାବିନେଟ ମନ୍ତ୍ରୀ, ରାଜନୀତିଜ୍ଞ ପ୍ରମୁଖ ନିନ୍ଦା ପ୍ରକାଶ କରିବା ପରେ ତଦନ୍ତ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି । ପବ୍ଲିକ ସିକ୍ୟୁରିଟି ମନ୍ତ୍ରୀ ଓମେର ବାର୍ଲେଭ କହିଛନ୍ତି, ପେଗାସସ ମାମଲାର ତଦନ୍ତ ଲାଗି ଏକ କମିଶନ ଗଠନ କରାଯିବ । ଏନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫତାଲି ବେନ୍ନେଟ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ । ଏହି କମିଟି ଗଠନ ନେଇ କେନ୍ଦ୍ର କ୍ୟାବିନେଟର ସୁପାରିସ ଦରକାର ନାହିଁ ।

କାଲାକାଲିଷ୍ଟ ନାମକ ଏକ ଦୈନିକ ଖବର କାଗଜରେ ପେଗାସସ ଜରିଆରେ ଗୁଇନ୍ଦାଗିରି କରାଯାଉଥିବା ନେଇ ଅଭିଯୋଗ ହେବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଗତବର୍ଷ ଏନଏସଓ ଗ୍ରୁପର ପେଗାସସ ସଫ୍ଟଓ୍ବେର ଜରିଆରେ ଭାରତ ସମେତ ବିଶ୍ବର ଅନେକ ରାଷ୍ଟ୍ରର ବିଭିନ୍ନ ସ୍ତରର ବ୍ୟକ୍ତିଙ୍କ ଫୋନ୍ ହ୍ୟାକ କରାଯାଇଥିବା ନେଇ ଅଭିଯୋଗ ହେବା ପରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

Comments are closed.