Latest Odisha News

BREAKING NEWS

ଦେବଦୂତ ସାଜିଲେ ଇସ୍ରାଏଲର ଡାକ୍ତର: ମେରୁଦଣ୍ଡରୁ ଅଲଗା ହୋଇ ପଡିଥିବା ମୁଣ୍ଡ ଯୋଡିଲେ

ନୂଆଦିଲ୍ଲୀ: ଇସ୍ରାଏଲର ଡାକ୍ତରମାନେ ଜଣେ ପିଲାଙ୍କ ପାଇଁ ଦେବଦୂତ ସାଜିଛନ୍ତି । ସେମାନେ ଏ ଭଳି ଏକ ଅପେରଶନ କରିଛନ୍ତି ଯାହାକି ବିଶ୍ୱାସଯୋଗ୍ୟ ନୁହେଁ । ମେରୁଦଣ୍ଡରୁ ମୁଣ୍ଡ ଅଲଗା ହୋଇ ପଡିଥିଲେ ସେମାନେ ଏହାକୁ ଯୋଡିବାରେ ସଫଳ ହୋଇଛନ୍ତି । ଡେଲିମେଲରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏକ ଦୁର୍ଘଟଣାରେ ୧୨ ବର୍ଷୀୟ ସୁଲେମାନ ହାସନ ଗୁରୁତର ଆହତ ହୋଇ ପଡିଥିଲେ । ତାଙ୍କୁ ଡାକ୍ତରଖାନା ଅଣାଯିବା ପରେ ଚିକିତ୍ସା କରୁଥିବା ଡାକ୍ତର ସୁଲେମାନଙ୍କ ବଂଚିବା ଆଶା କ୍ଷୀଣ ବୋଲି କହିଥିଲେ । ମେରୁଦଣ୍ଡରୁ ସୁଲେମାନଙ୍କ ମୁଣ୍ଡକୁ ସଂଯୋଗ କରୁଥିବା ଅଂଶ ଅଲଗା ହୋଇ ଯାଇଥିଲା । ଏହାକୁ ଇଂଟର୍ଣ୍ଣାଲ ଡିକ୍ୟାପିଟେଶନ କୁହାଯାଏ । ଏହି ଘଟଣାରେ ୭୦ ପ୍ରତିଶତ ଲୋକ ଘଟଣାସ୍ଥଳରେ କିମ୍ବା ଡାକ୍ତରଖାନା ଅଣାଯିବା ବାଟରେ ମୃତ୍ୟୁବରଣ କରିଥାନ୍ତି ।

BjdElectrycity

ସୁଲେମାନଙ୍କ ଭାଗ୍ୟ ଏତିକି ଭଲ ଯେ, ତାଙ୍କ ମୁଖ୍ୟ ଶିରା କ୍ଷତିଗ୍ରସ୍ତ ହୋଇ ନ ଥିଲା । ଏହା ରକ୍ତ ସଂଚାଳନ ବଜାୟ ରଖିଥିଲା । ବହୁ କଷ୍ଟରେ ରଡ, ସ୍କୃ, ପ୍ଲେଟସ ଓ ବୋନ ଗ୍ରାଫେଟ୍ସର ବ୍ୟବହାର କରାଯାଇ ସୁଲେମାନଙ୍କ ଅପରେଶନ କରାଯାଇଥିଲା । ଏବେ ସେ ଦ୍ରୁତ ଆରୋଗ୍ୟ ଲାଭ କରୁଛି । ଡାକ୍ତର ଓହାଦ ଇନାବ ଓ ଜିବ ଆଶାଙ୍କ ମତରେ ସୁଲେମାନଙ୍କୁ ଏବେ କୌଣସି ସ୍ନାୟୁଜନିତ କିମ୍ବା ସେନ୍ସରୀ ଅସୁବିଧା ଦେଖିବାକୁ ମିଳୁ ନାହିଁ । କିଛି ସମୟ ପର୍ଯ୍ୟନ୍ତ ଫିଜିଓଥେରାପୀ ଦେବା ପରେ ସେ ପୂର୍ବ ଭଳି ମୁଣ୍ଡ ଓ ବେକ ହଲାଇ ପାରିବେ ବୋଲି ଡାକ୍ତର କହିଛନ୍ତି ।

Leave A Reply

Your email address will not be published.