Latest Odisha News

BREAKING NEWS

ମୋଦିଙ୍କ ସହ କଥା ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ; ଏସବୁ ବିଷୟରେ କଲେ ଚର୍ଚ୍ଚା…

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଓ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ଫୋନ୍‌ ମାଧ୍ୟମରେ କଥାବାର୍ତ୍ତା ହୋଇଛନ୍ତି। ଏଥିସହ ପରସ୍ପରକୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ସହ ଲୋକଙ୍କ ଶାନ୍ତି ଏବଂ ସମୃଦ୍ଧି ପାଇଁ କାମନା କରିବା ସହ ଗଣତାନ୍ତ୍ରିକ ମୂଲ୍ୟବୋଧ, ଗଭୀର ପାରସ୍ପରିକ ବିଶ୍ୱାସକୁ ନେଇ ମଧ୍ୟ କଥାବାର୍ତ୍ତା ହୋଇଥିଲେ।

ଏଥିସହିତ ଉଭୟ ଦେଶ ଆତଙ୍କବାଦ ପ୍ରତି ଶୂନ୍ୟ-ସହିଷ୍ଣୁତା ନୀତି ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଏନେଇ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ ସେୟାର କରିଥିଲେ। ଆଗାମୀ ବର୍ଷରେ ଭାରତ-ଇସ୍ରାଏଲ ରଣନୈତିକ ସହଭାଗୀତା କିପରି ଆହୁରି ମଜବୁତ ହେବ ସେନେଇ ଆଲୋଚନା କରିଥିବା ସେ କହିଛନ୍ତି। ତେବେ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗାଜା ଶାନ୍ତି ଯୋଜନାର କାର୍ଯ୍ୟାନ୍ୱୟନ ବିଷୟରେ ମଧ୍ୟ ଜଣାଇଥିଲେ। ଗାଜାରେ ଏକ ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ଶାନ୍ତି ପାଇଁ ପ୍ରୟାସକୁ ଭାରତର ସମର୍ଥନ କରୁଥିବା ନେଇ ମୋଦି କହିଥିଲେ।

ତେବେ ଏହି ଆଲୋଚନା ଏପରି ଏକ ସମୟରେ ହୋଇଛି ଯେତେବେଳେ ଭେନେଜୁଏଲାର ରାଷ୍ଟ୍ରପତି ଏବଂ ତାଙ୍କ ପତ୍ନୀଙ୍କୁ ଆମେରିକା ବନ୍ଧକ ବନାଇଛି। ଆମେରିକାର ଏପରି କାର୍ଯ୍ୟ ବର୍ତ୍ତମାନ ସାରା ବିଶ୍ଵରେ ଚର୍ଚ୍ଚାର ବିଷୟ ପାଲଟିଛି।

 

Leave A Reply

Your email address will not be published.