ନୂଆଦିଲ୍ଲୀ: ଇସ୍ରାଏଲରର ଏକ ଜାହାଜ ତାଞ୍ଜାନିଆରୁ ଭାରତ ଅଭିମୁଖେ ଆସୁଥିବା ବେଳେ ଏହା ଉପରେ ମିସାଇଲ ଆକ୍ରମଣ ହୋଇଥିଲା । ଏଥିରେ ମାଲବାହକ ଜାହଜଟି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଏହା ଶେଷରେ ଭାରତର ମୁନ୍ଦ୍ରା ବନ୍ଦରରେ ପଂହଚିଛି । ଇରାନ ଏହି ଆକ୍ରମଣ କରିଛି ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନେହୁ କହିଛନ୍ତି ।
ଅପରପକ୍ଷରେ ଇରାନ ଏହାକୁ ଖଣ୍ଡନ କରିଛି । ଭାରତ ସମ୍ପୃକ୍ତ ଘଟଣା ଉପରେ କଡା ନଜର ରଖିଛି । ପ୍ରାୟ ଏକ ମାସ ତଳେ ଇସ୍ରାଏଲର ଆଉ ଏକ ଜାହଜ ଉପରେ ଏ ଭଳି ଆକ୍ରମଣ ହୋଇଥିଲା ।
Comments are closed.