Latest Odisha News

BREAKING NEWS

ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲାହ କମାଣ୍ଡର ନିହତ

ବେରୁତ: ଗାଜାରେ ହମାସଙ୍କୁ ଦୁର୍ବଳ କରିବା ପରେ ଇସ୍ରାଏଲ ଏବେ ଲେବାନନ ଉପରେ ଘନ ଘନ ଆକ୍ରମଣ ଜାରୀ ରଖିଛି । ରିପୋର୍ଟ ମୁତାବକ ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲାହର ସ୍ପେଶାଲ କମାଣ୍ଡୋ ୟୁନିଟ ରାଇୱାନ ଫୋର୍ସର ସିନିୟର କମାଣ୍ଡରଙ୍କ ନିହତ ହୋଇଛନ୍ତି । ତାଙ୍କ ନାମ ୱିସମ ଅଲ ତାବିଲ ବୋଲି ଜଣାପଡିଛି । ଏହା ଦ୍ୱାରାc ଲେବାନନ ଓ ଇସ୍ରାଏଲ ମଧ୍ୟରେ ସଂଘର୍ଷ ତୀବ୍ର ହେବ ବୋଲି ଆଶଙ୍କା କରାଯାଉଛି । ଲେବାନନ ସ୍ପଷ୍ଟ ଭାବେ ଧମକ ଦେଇଛି ଯେ, ଯିଏ ବି ଆମ ବିପକ୍ଷରେ ଯୁଦ୍ଧ ପାଇଁ ସାହାସ କରିବ ନିଶ୍ଚିତ ଭାବେ ବିପଦକୁ ଡାକି ଆଣିବ ।

ତେବେ ଇସ୍ରାଏଲ ଏହାକୁ ଖାତିର ନ କରି ଆକ୍ରମଣ ତୀବ୍ର କରିବାରେ ଲାଗିଛି । ଏ ପର୍ଯ୍ୟନ୍ତ ହିଜବୁଲ୍ଲାହର ୧୩୦ଜଣ ଏହି ଆକ୍ରମଣରେ ମୃତ୍ୟୁବରଣ କରି ସାରିଛନ୍ତି । ସୂଚନାଯୋଗ୍ୟ, ଇସ୍ରାଏଲ ଉପରେ ହମାସ ଆକ୍ରମଣ କରିବା ପରେ ପାଲଟ ଜବାବରେ ଏ ପର୍ଯ୍ୟନ୍ତ ୨୪୦୦୦c ଫିଲିସ୍ତାନୀଙ୍କ ମୃତ୍ୟୁ ଘଟି ସାରିଛି ।

Leave A Reply

Your email address will not be published.