ନୂଆଦିଲ୍ଲୀ: ଇସ୍ରୋ ପକ୍ଷରୁ ଡିସେମ୍ବର ୩୦ରେ ଶ୍ରୀହରିକୋଟାରେ ସ୍ପାଡେକ୍ସ ଅର୍ଥାତ୍ ସ୍ପେସ୍ ଡକିଂ ଏକ୍ସପରିମେଣ୍ଟ ମିଶନ୍ ଆରମ୍ଭ କରାଯାଇଥିଲା। ଯାହା ମାଧ୍ୟମରେ ପୃଥିବୀଠାରୁ ୪୭୦ କିଲୋମିଟର ଦୂରରେ PSLV-C60 ରକେଟରୁ ଦୁଇଟି ସ୍ପେଶକ୍ରାଫ୍ଟ ନିୟୋଜିତ କରାଯାଇଛି।
ଏହା ସହିତ POEM-4 (PSLV ଅର୍ବିଟାଲ୍ ଏକ୍ସପେରିମେଣ୍ଟାଲ୍ ମଡ୍ୟୁଲ୍)କୁ ପଠାଯାଇଥିବା କ୍ରପ୍ସ (କମ୍ପ୍ୟାକ୍ଟ ରିସର୍ଚ୍ଚ ମଡ୍ୟୁଲ୍) ପ୍ରଥମ ଥର ପାଇଁ ଅଙ୍କୁରିତ ହେବାରେ ସଫଳତା ପାଇଛି।
ବିକ୍ରମ ସରାଭାଇ ସ୍ପେସ୍ ସେଣ୍ଟର୍ (ଭିଏସଏସସି) ରେ ତିଆରି ହୋଇଥିବା କ୍ରପ୍ସ ମାତ୍ର ୪ ଦିନ ମଧ୍ୟରେ ମାଇକ୍ରୋଗ୍ରାଭିଟି ଦ୍ୱାରା ଝୁଡଙ୍ଗର ମଞ୍ଜି ଅଙ୍କୁରିତ ହୋଇପାରିଛି। ତେବେ ଏଥିରେ ଖୁବ ଶୀଘ୍ର ପତ୍ର ଆସିବ ବୋଲି ଆଶା କରାଯାଉଛି।
ତେବେ ପରୀକ୍ଷଣ ପାଇଁ ଝୁଡଙ୍ଗର ମଞ୍ଜିକୁ ଚୟନ କରାଯାଇଥିଲା କାରଣ ଏହା ଖୁବଶୀଘ୍ର ଅଙ୍କୁରିତ ହୋଇଥାଏ। ମହାକାଶରେ ଖାଦ୍ୟ ପଦାର୍ଥ ଉତ୍ପାଦନ କରିବା ଦିଗରେ ଏକ ବଡ ସଫଳତା ବୋଲି ବିବେଚନା କରାଯାଉଛି। ଯାହା ଭବିଷ୍ୟତରେ ଚନ୍ଦ୍ର, ମଙ୍ଗଳ କିମ୍ବା ଅନ୍ୟ ଗ୍ରହ ମାନଙ୍କରେ ମାନବ ଜାତିର ଉପସ୍ଥିତି ବଜାୟ ରଖିବାରେ ସାହାଯ୍ଯ ହେବ ବୋଲି ଆଶା କରିଛନ୍ତି ବୈଜ୍ଞାନିକ।
ଚେଜର୍ ମଡ୍ୟୁଲ୍ ସ୍ପେସ ନିଜ ଟାର୍ଗେଟ ଆଡକୁ ଗତି କରୁଥିବା ବେଳେ ଏକ ଇନ୍-ଅରବିଟ ସେଲ୍ଫି ମଡ୍ୟୁଲ ଏହି ଭିଡିଓ ରେକର୍ଡ କରିଥିଲା। ଜାନୁଆରୀ ୨ରେ ଇଣ୍ଟର ସାଟେଲାଇଟ ଦୂରତା ହିସାବରେ କେବଳ ୪.୮ କିଲୋମିଟରର ଦୂରତା ଥିଲା।
ତେବେ ଝୁଡଙ୍ଗ ମଞ୍ଜି ଅଙ୍କୁରିତ ହେବାର ଖବର ପରେ ପାଳଙ୍ଗ ଶାଗ ଉପରେ ପରୀକ୍ଷଣ ସଫଳ ହେବାର ଆଶା ବଢିଯାଇଛି। ମହାକାଶ ଏବଂ ପୃଥିବୀରେ ଏକାସାଙ୍ଗରେ ପାଳଙ୍ଗ ଶାଗ ଉପରେ ପରୀକ୍ଷା କରାଯିବ।
Comments are closed.