Latest Odisha News

BREAKING NEWS

ଇସ୍ରୋର ଓଡିଆ ବୈଜ୍ଞାନିକଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ!

ବେଙ୍ଗଳୁରୁ: ଇସ୍ରୋର ଜଣେ ବରିଷ୍ଠ ବୈଜ୍ଞାନିକ ତପନ ମିଶ୍ର ଅଭିଯୋଗ କରିଛନ୍ତି ଯେ, ତାକୁ ବିଷ ଦିଆଯାଇଥିଲା । ପ୍ରାୟ ୩ ବର୍ଷ ତଳେ ତାଙ୍କୁ ବିଷ ଦିଆ ଯାଇ ତ୍ୟା କରିବାକୁ ଉଦ୍ୟମ ହୋଇଥିବା ସେ ଅଭିଯୋଗ କରିଛନ୍ତି ।
୨୦୧୭ ମେ ୨୩ ତାରିଖରେ ତାଙ୍କୁ ଜୀବନ ନାଶକ ଆର୍ସେନିକ ଟ୍ରାଇଅକ୍ସାଇଡ ଦିଆଯାଇଥିବା କହିଛନ୍ତି ତପନ । ସେହି ଦିନ ଏକ ତାଙ୍କର ଏକ ସାକ୍ଷାତକାର ଥିଲା । ସାକ୍ଷାତକାର ସରିବା ପରେ ତାଙ୍କୁ ଦୋସା ଓ ଚଟ୍‌ନି ଖାଇବାକୁ ଦିଆ ଯାଇଥିଲା । ତପନ ମିଶ୍ରଙ୍କ ସନ୍ଦେହ ହେଉଛି, ସେହି ଦୋସା ଓ ଚଟ୍‌ନିରେ ହୁଏତ ଆର୍ସେନିକ ଟ୍ରାଇଅକ୍ସାଇଡ ମିଶାଯାଇଥିଲା ।


ତପନ ତାଙ୍କ ଫେକବୁକ ପୋଷ୍ଟରେ ଲେଖିଛନ୍ତି, ସେହି ଦିନଠାରୁ ପ୍ରାୟ ୨ ବର୍ଷ ଧରି ମଳଦ୍ୱାରରେ ତାଙ୍କର ରକ୍ତ ପଡିଥିଲା । ଅବସ୍ଥା ଗୁରୁତର ହେବାରୁ ଅହମଦାବାଦର ଜାଏଦସ୍ କାଡିଲା ହସପିଟାଲରେ ସେ ଭର୍ତ୍ତି ହୋଇଥିଲୋ
ପରେ ପରେ ତାଙ୍କର ଶ୍ୱାସକ୍ରିୟାରେ ହୋଇଥିଲା ସମସ୍ୟା, ଦେହରୁ ଚମଡା ଛାଡି ଯାଇଥିଲା, ନଖ ସରି ଯାଇଥିଲା, ଶରୀରର ବିଭିନ୍ନ ହାଡରେ ମଧ୍ୟ ଦେଖାଦେଇଥିଲା ସମସ୍ୟା । ଏକ ହୃଦଘାତ ହେବା ସହିତ ଆହୁରି ନାନା ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥିଲା ବୋଲି ତପନ କହିଛନ୍ତି ।


ଜାଏଦସ୍ କାଡିଲା ହସପିଟାଲ, ଦିଲ୍ଲୀ ଏମ୍‌ସ ଓ ମୁ୍‌ମ୍ବାଇର ଟାଟା ମେମୋରିଆଲ ହସପିଟାଲରେ ୨ ବର୍ଷ ଚିକିତ୍ସା ପରେ ସୁସ୍ଥ ହୋଇଥିବା ତପନ କହିଛନ୍ତି ।
ତାଙ୍କ ପରି ଜଣେ ବରିଷ୍ଠ ବୈଜ୍ଞାନିକଙ୍କୁ ହତ୍ୟା କରିବାକୁ ଉଦ୍ୟମ ହୋଇଥିବା ଏବଂ କେନ୍ଦ୍ର ସରକାର ଏହାର ତଦନ୍ତ କରିବା ଉଚିତ ବୋଲି କହିଛନ୍ତି ତପନ।
ତପନ ମିଶ୍ର ହେଉଛନ୍ତି କୋରାପୁଟ ଜିଲ୍ଲାର । ଏବେ ସେ ଇସ୍ରୋର ବରିଷ୍ଠ ପରାମର୍ଶଦାତା ଭାବେ କାମ କରୁଛନ୍ତି । ଆଗରୁ ସେ ଅହମଦାବାଦରେ ଥିବା ଇସ୍ରୋର ସ୍ପେସ୍ ଆପ୍ଲିକେସନ ସେଣ୍ଟରର ନିର୍ଦ୍ଦେଶକ ଥିଲେ ।

Leave A Reply

Your email address will not be published.